ନକ୍ସା ଚିହ୍ନାଇବ ସୀମା

ଶେଷରେ ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନର ବାଟ ବାହାରିଛି । ନକ୍ସା ଚିହ୍ନାଇବ ସୀମା । ୧୯୬୩ ସେଟେଲମେଂଟ ନକ୍ସା ଅନୁସାରେ ସୀମା ନିର୍ଦ୍ଧାରଣ କରାଯିବ । ଆଜି ଉଭୟ ରାଜ୍ୟର ଅଧିକାରୀଙ୍କ ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ଆଉ ଏହି ନିଷ୍ପତି ମାନିବାକୁ ବାଧ୍ୟ ଉଭୟ ରାଜ୍ୟର ସୀମାନ୍ତ ବାସୀ । ଏନେଇ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଚୁକ୍ତି ହୋଇଛି । ସୀମା ବିବାଦ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ପଟାଙ୍ଗୀ ବ୍ଲକର ସୁନାବେଡ଼ାରେ ବୈଠକ ବସିଥିଲା ।

ସୀମା ବିବାଦ ନେଇ ଆଲୋଚନା କରିବା ପରେ ରାଷ୍ଟ୍ରିୟ ସଂଗୀତ ଗାନ କରି ଏକତାର ବାର୍ତା ଦେଇଛନ୍ତି ଉଭୟ ରାଜ୍ୟର ଅଧିକାରୀ । ଆନ୍ଧ୍ର ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ବନିବିଭାଗର ଅଧିକାରୀ ନେତୃତ୍ୱ ନେଉଥିବା ବେଳେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ପଟାଙ୍ଗୀ ତହସିଲଦାର, ବିଡିଓ ସମେତ ବନ କର୍ମଚାରୀ ଓ ରାଜସ୍ୱ ଅଧିକାରୀ ଉପସ୍ଥିତ ରହିଥିଲେ ।
ଦୁଇ ଦିନ ତଳେ ଜାମ୍ବୁଗୁଡାରେ ସୀମା ଚିହ୍ନଟ କରି ଚୂନ ପୋତୁଥିଲେ ଆନ୍ଧ୍ର କର୍ମଚାରୀ । ଏହାକୁ ଜାମ୍ବୁଗୁଡାରେ ଲୋକେ ବିରୋଧ କରିବାରୁ ସୀମାରେ ଧସ୍ତାଧସ୍ତି ମାରପିଟ ହୋଇଥିଲେ ।ସେହିପରି ସୁନାବେଡା ଗାଁ ନିକଟରେ ଓଡିଶା ସୀମା ଭିତରକୁ ଆସି ଆନ୍ଧ୍ର ପ୍ରଶାସନ ପତାକା ପୋତି ଫଳକ ଲଗାଇବାରୁ ବିବାଦ ଆହୁରି ତେଜିଥିଲା ।

Comments (0)
Add Comment