ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଚର୍ଚ୍ଚାରେ ଆନ୍ଧପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ରାଷ୍ଟପ୍ରତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହା ପୂର୍ବରୁ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନ୍ନା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।
ଦିଲ୍ଳୀ ଗସ୍ତରେ ଥିବାବେଳେ ବିଶ୍ୱଭୂଷଣ ଜାତୀୟ ରାଜଧାନୀରେ ଜଣଙ୍କ ପରେ ଜଣେ ପ୍ରମୁଖ ବ୍ୟକ୍ତିଙ୍କୁ ଭେଟିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହିତ ବିଶ୍ୱଭୂଷଣଙ୍କ ଏହି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ବିଶେଷ ଗୁରୁତ୍ୱ ବହନ କରୁଛି ।

Comments (0)
Add Comment