ପ୍ରଶାସନ ଚାପରେ ନାମାଙ୍କନ ପ୍ରତ୍ୟାହାର

ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଁଥିବା ଆନ୍ଧ୍ରପ୍ରଦେଶକୁ ଝଟକା । ଓଡିଶା ସୀମାରେ ପଶି ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ କିଛି ଓଡିଶାର ପ୍ରାର୍ଥୀ ମଧ୍ୟ ନାମାଙ୍କନ କରିଥିଲେ । ଏବେ ଗଜପତି ଜିଲ୍ଲା ପ୍ରଶାସନର ଚାପ ଫଳରେ ଲକ୍ଷ୍ମୀ ସବର ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।

ଆନ୍ଧ୍ର ସୋବା ପଂଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଲକ୍ଷ୍ମୀ ସବର । ଓଡିଶା ଆନ୍ଧ୍ର ସୀମାନ୍ତ ଗଙ୍ଗବାଡ଼ ପଂଚାୟତର ୬ରୁ ଅଧିକ ଗାଁର ଶତାଧିକ ଲୋକଙ୍କ ଆନ୍ଧ୍ର ଭୋଟର ତାଲିକାରେ ନାଁ ପ୍ରକାଶ ପାଇଥିଲା ।ଓଡିଶା ଓ ଆନ୍ଧ୍ର୍ରପ୍ରଦେଶ ଉଭୟ ସରକାରଙ୍କ ଯୋଜନାର ଫାଇଦା ନେଉଥିବା ସୀମାନ୍ତବାସୀଙ୍କ ମଧ୍ୟରୁ ଜଣେ ୱାର୍ଡ ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଏନେଇ ଖବର ପ୍ରସାରଣ ପରେ ପ୍ରଶାସନ ପହଚ ିଂ ଲୋକଙ୍କୁ ବୁଝାସୁଝା କରିଥିଲା । ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ପ୍ରତିଶ୍ରୁତି ପରେ ନାମାଙ୍କନ ଭରିଥିବା ଲକ୍ଷ୍ମୀ ସବର ମନ୍ଦସା ମଣ୍ଡଳ କାର୍ଯ୍ୟାଳୟକୁ ଯାଇ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।

ଆନ୍ଧ୍ର ପକ୍ଷରୁ ନାରାୟଣପାଟଣା ବ୍ଲକର ପେଦାଖେମୁଣ୍ଡୁ ଭଦ୍ରା, ତାଡିଙ୍ଗିବାଲସା, ଦେଲାଇପେଟା, ଡେପିବାଲସା, ଚିନାଖେମୁଣ୍ଡୁଭଦ୍ରାକୁ ପଞ୍ଚାୟତ ନିର୍ବାଚନରେ ସାମିଲ୍ ପାଇଁ କରାଯାଇଛି । ଏହି ଗାଁର ବାସିନ୍ଦାଙ୍କ ଭୋଟର କାର୍ଡ ଓଡ଼ିଶାରେ ଥିବା ବେଳେ ଆନ୍ଧ୍ର ପକ୍ଷରୁ ଆଧାର କାର୍ଡ, ରାସନ କାର୍ଡ ସବୁ ଦିଆଯାଇଛି । ସେହିଭଳି ସୀମାନ୍ତ ଗ୍ରାମବାସୀମାନଙ୍କୁ ମେଡିକାଲ ସୁବିଧା ଦେଇ ଆନ୍ଧ୍ର ତା’ଆଡ଼କୁ ଆକୃଷ୍ଟ କରିବାକୁ ଚାହୁଁଛି । ସ୍ଥାନୀୟ ଲୋକ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭୋଟ ଦେଉଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରରେ ଭୋଟ୍ ଦେଉଥିବା କହିଛନ୍ତି । ଅନ୍ୟପଟେ ଆଗାମୀ ୧୩ ତାରିଖରେ ଆନ୍ଧ୍ର କରୁଥିବା ପଞ୍ଚାୟତ ନିର୍ବାଚନରେ ଲୋକେ ଡକସିଲା ପଞ୍ଚାୟତରେ ଭୋଟ୍ ଦେବେ ବୋଲି କହିଛନ୍ତି ।

Comments (0)
Add Comment