ଓଡିଶାରୁ ଚିହ୍ନଟ ହେଲେ ଆଉ ୨୩ ଓମିକ୍ରନ୍ ସଂକ୍ରମିତ

ବଢ଼ୁଛି ଓମିକ୍ରନ୍ ସଂକ୍ରମଣ ମାମଲା । ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ । ଏନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ତେବେ ଆଗରୁ ରାଜ୍ୟରେ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ଛୁଇଁଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବାହାର ରାଜ୍ୟ କିମ୍ବା ଦେଶରୁ ଥିବାବେଳେ, ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ୫୦ ପ୍ରତିଶତ ଆକ୍ରାନ୍ତ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ମଧ୍ୟ ନଯାଇ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ନୂତନ ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ମାମଲା ୩୭କୁ ବୃଦ୍ଧି ପାଇଛି । ଜଣେ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ଥିବାବେଳେ ଆଉ ୩୬ଟି ମାମଲା ସକ୍ରିୟ ରହିଛି ।

Comments (0)
Add Comment