କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ଶୀମଦ ଭାଗବତ ଗୀତାକୁ ଅନୁସରଣ କରୁଥିବା ଚର୍ଚ୍ଚା । ଟ୍ୱିଟରରେ ଗୀତା ଜ୍ଞାନ ବାଂଟୁଛନ୍ତି ଶାସକ ଦଳର ଏହି ସାଂସଦ । ବର୍ଷା ପ୍ରିୟଦର୍ଶିନିଙ୍କ ସହ ବିବାଦ ପରେ ଭଗବାନଙ୍କ ଶରଣରେ ଅନୁଭବ ଥିବା ଚର୍ଚ୍ଚା ଚାଲିଛି । ହୁଏତ ସେ ଆଗରୁ ଗୀତାକୁ ଅଣୁସରଣ କରି ଚାଲୁଥିବେ, ହେଲେ ଟ୍ୱିଟରରେ ଗତ କିଛି ଦିନ ହେଲା ସେ କରୁଥିବା ଟ୍ୱିଟ ଏହି ଆଲୋଚନାକୁ ଖୋରାକ ଯୋଗାଉଛି । ଚର୍ଚ୍ଚା ଚାଲିଛି, ବର୍ଷାଙ୍କ ସହ ବିବାଦ ପରେ ଅନୁଭବ ମୋହ ମାୟା ପରିତ୍ୟାଗ କରି ଇଶ୍ୱର ବିଶ୍ୱାସୀ ହୋଇ ଉଠିଛନ୍ତି କି?
ଦିନେ ଦୁଇ ଦିନ ଅନ୍ତରାଳରେ ଅନୁଭବ ଶ୍ରୀମଦ ଭାଗବତ ଗୀତାର ଗୋଟିଏ ଗୋଟିଏ ଅଂଶ ଟ୍ୱିଟ କରୁଛନ୍ତି । ଆଉ ଶେଷରେ ଲେଖୁଛନ୍ତି ଜୟ ଜଗନ୍ନାଥ । ଆଜି କରିଥିବା ଟ୍ୱିଟର ଗୁରୁତ୍ୱପୁର୍ଣ୍ଣ ଦିଗଟି ହେଉଛି ଜଣେ ବ୍ୟକ୍ତି କିଭଳି ଶାନ୍ତିର ସହ ରହିପାରେ, ସେନେଇ ଗୀତାରେ ଉଲ୍ଲେଖ ଥିବା କେଇ ପଦ କଥାକୁ ସେ ନିଜ ଟ୍ୱିଟର ପେଜରେ ସ୍ଥାନ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ବର୍ଷାଙ୍କ ସହ ବିବାଦ ପରେ ଘୋର ମାନସିକ ଅଶାନ୍ତି ଦେଇ ଗତି କରୁଛନ୍ତି କି ଅନୁଭବ? ନା ନିଜ ଦଳରେ କୋଣଠେସା ହେବା ପରେ ଆଉ ଦଳ ତାଙ୍କୁ ଲୋଡୁନଥିବାରୁ ବେଶ ଚିନ୍ତିତ ଅଛନ୍ତି କି ଏହି ନେତା?
ଦଳର ପ୍ରତିଷ୍ଠ ଦିବସରୁ ଆରମ୍ଭ କରି, ଫଳକ ସ୍ଥାପନ ପର୍ଯ୍ୟନ୍ତ ଏପରିକି ନୁଆ ବର୍ଷ ଗେଟ ନିର୍ବାଚନ ମଣ୍ଡଳୀ ଯାଏଁ ଲାଗିବା କେଉଁଥିରେ ବି ଅନୁଭବଙ୍କୁ ଲୋଡାଯାଇନଥିଲା । ଦଳ ଭିତରେ ଏକପ୍ରକାରର କୋଣଠେସା ହୋଇ ଅଛନ୍ତି ଏହି ନେତା । ଏପଟେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଝଡ ଉଠିଛି, ତେଣୁ ଏଭଳି ସମୟରେ ଜଣେ ବ୍ୟକ୍ତି ଇଶ୍ୱରବିଶ୍ୱାସୀ ହେବା ସ୍ୱାଭାବିକ । ପ୍ରଥମେ ରାଜ୍ୟସଭା, ପରେ ଲୋକସଭା ଏପରିକି ଦଳର ପ୍ରତି ନିର୍ବାଚନ ପ୍ରଚାରରେ ଷ୍ଟାର ପ୍ରଚାରକ ହୋଇ ଓହ୍ଲାଇବା ଏମିତି ଅନେକ ଦୃଶ୍ୟପଟ୍ଟରେ ସବୁବେଳେ ଅଗରେ ଥାନ୍ତି ଅନୁଭବ । ହେଲେ ହଠାତ୍ ସେ ଦଳର କ୍ଷମତା କେନ୍ଦ୍ରର ଗୁଡବୁକରୁ ହଟିଯାଇଛନ୍ତି । ତେଣୁ ଏଭଳି ସମୟରେ ଅନୁଭବ ଦଳ ପାଇଁ ଆଗାମୀ ଦିନରେ ବୋଝ ହୋଇଯିବେ ଭାବି ହୁଏ ତାଙ୍କୁ ସାଇଡ୍ କରିବା ଆରମ୍ଭ କରାଯାଇଛି । ଆଉ ଅନୁଭବ ଏହି ସମସ୍ତ ଚର୍ଚ୍ଚା ଭିତରେ ଇଶ୍ୱର ବିଶ୍ୱାସୀ ହୋଇଥିବା ରାଜନୈତିକ ମହଲ ମତ ରଖୁଛି ।