ମହାମାରୀ କରୋନା ପାଇଁ ଚଳିତ ବର୍ଷ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରିବା ପାଇଁ ମନା କରାଯାଇଛି ।। କେବଳ ଅନ୍ୟ ସମସ୍ତ ସ୍ଥାନରେ ମନ୍ଦିର ଭିତରେ ନୀତିକାନ୍ତି କରିବାକୁ ଅନୁମତି ଦିଆଯାଇଛି । ହେଲେ ତୁଳସୀକ୍ଷେତ୍ରରେ କେନ୍ଦ୍ରାପଡାରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ଦାବି ହୋଇଛି । ଆଉ ଦାବି କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏନେଇ ସ୍ୱତନ୍ତ୍ର ରିିଲିଫ କମିସନର ପ୍ରଦୀପ ଜେନାଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।
ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ରଥଯାତ୍ରା କୋଭିଡ କଟକଣା ମଧ୍ୟରେ ହେଉ ର ପୁରୀ ଭଳି ବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦିଆଯାଉ ବୋଲି ସାଂସଦ ଦାବି କରିଛନ୍ତି । କଟକଣା ପାଳନ ପାଇଁ ସେ ଦାୟିତ୍ୱ ନେବେ ବୋଲି ଅନୁଭବ ମହାନ୍ତି ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ପୁରୀରେ କେବେଳ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଛି । ବିନା ଭ୍କ୍ତରେ ବଡ଼ଦାଣ୍ଡରେ ଗଡିବ ରଥ । କେବେଳ ସେବାୟତ ମାନେ ରଥଯାତ୍ରାରେ ସାମିଲ ହେବ । ସେବାୟତ ଓ ସୁରକ୍ଷା କର୍ମୀ ରଥ ଟାଣିବେ । ରଥଯାତ୍ରାରେ ସାମିଲ ସମସ୍ତ ସେବାୟତଙ୍କ କରୋନା ପରୀକ୍ଷା କରାଯିବ । ଯେଉଁମାନେ ନେଗେଟିଭ ଆସିବେ ସେମାନେ ରଥଯାତ୍ରାରେ ସାମିଲ ହେବେ ।