‘ଭଲ ସ୍ୱାମୀ-ସ୍ତ୍ରୀ ହୋଇ ନପାରୁ କିନ୍ତୁ ଭଲ ବନ୍ଧୁ ହୋଇ ରହିବା’

ବିବାହ ବିଛେଦ ମାମଲାକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ଭିତରେ ବର୍ଷାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ ।
ଟ୍ୱିଟ୍ କରି ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ଲେଖିଛନ୍ତି- ‘ବର୍ଷାଟ୍ଟ ଆମେ ଦୁହେଁ ଭଲ ସ୍ୱାମୀ ଓ ସ୍ତ୍ରୀ ନହେଲେ କଣ ହେଲା । ଆମେ ସବୁବେଳେ ଭଲ ସାଙ୍ଗ ହୋଇ ରହି ପାରିବା । ମୁଁ ମୋ ପରିବାର, ଫ୍ୟାନ, ଶୁଭେଚ୍ଛୁଙ୍କ ପକ୍ଷରୁ ତୁମକୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି ।’ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ଉତ୍ତମ ସ୍ୱାସ୍ଥ୍ୟ ସବୁବେଳେ ଖୁସିର ରଖି ସଫଳତା ଦିଅନ୍ତୁ ବୋଲି ଲେଖିଛନ୍ତି ଅନୁଭବ ।

ବିବାହ ବିଚ୍ଛେହକୁ ନେଇ ଏମାନଙ୍କ ମାମଲା କୋର୍ଟରେ ଏବେ ବିଚାରଧୀନ ରହିଛି । କଟକ ପରିବାର ଅଦାଲତରେ ଉଭୟଙ୍କ କାଉନସେଲିଂ ଚାଲିଥିବା ବେଳେ ଦିନ ଗଡ଼ି ଗଡ଼ି ଚାଲିଛି ।

Comments (0)
Add Comment