ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ମାମଲାର ହାଇକୋର୍ଟ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ନୁହେଁ ଫ୍ୟାମିଲି କୋର୍ଟରେ ହିଁ ବିଚାର ହେବ ।ଅନୁଭବ ନିଜ ଆଡୁ ମାମଲାର ବିଚାର ପ୍ରକ୍ରିୟା ବିଳମ୍ବ ହୋଇଥିବା ନେଇ ହାଇକୋର୍ଟରେ ଦ୍ୱାରସ୍ତ ହୋଇଥିଲେ । ହେଲେ ହାଇକୋର୍ଟ ପୂର୍ବ ମାମଲାର ସ୍ଥିତିକୁ ଦେଖିବା ପରେ ସ୍ପଷ୍ଟ କରିଛନ୍ତି କି ଫ୍ୟାମିଲି କୋର୍ଟରେ ମାମଲାଟିର ବିଚାର ପ୍ରକିୟା ଜାରି ରହିଛି, ତେଣୁ ହାଇକୋର୍ଟରେ ଏହି ମାମଲାକୁ ନେଇ ପୁଣି ଆରମ୍ଭ କରିବା ଅନାବଶ୍ୟକ ।
ଫାମିଲି କୋର୍ଟ ମାମଲାର ତ୍ବରିତ ଶୁଣାଣି କରନ୍ତୁ ବୋଲି ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଯାହାର ଆଜି ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ତେଣେ ଅନୁଭବଙ୍କ ଓକିଲ କହିଛନ୍ତି ଯେ, ନିମ୍ନ ଅଦାଲତରେ କନ୍ସିଲେଶନ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇସାରିଛି । ଉଭୟ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ମାମଲାର ଶୁଣାଣି ହେବା ଆଗରୁ ଉଭୟଙ୍କୁ କଂସିଲେଶନ ଜରିଆରେ ବିବାଦର ଅନ୍ତ ଘଟାଇବା ଲାଗି ସୁଯୋଗ ଦେଇଥିଲେ ଅଦାଲତ । ଏକାଧିକ ବାର କନ୍ସିକେଶନ ପାଇଁ ଉଭୟ ଆସିଥିଲେବି ତାହା ଫଳପ୍ରଦ ହୋଇନଥିଲା । ତେବେ ଅନେକ ବାର୍ କଂସିଲେଶନ ପାଇଁ ବର୍ଷା ଅନୁପସ୍ଥିତ ରହୁଥିବାର ସାନି ଅଭିଯୋଗ କରିଥିଲେ ଅନୁଭବ ।