କାର୍ତ୍ତିକ ମାସରେ ପଂଚୁକରେ ରାସ୍ତା ଉପରେ ପଡିଥିବା ମହାପ୍ରଭୁଙ୍କ ମୁରୁଜ ଉପରେ ଚଢିଗଲେ ଭୁବନେଶ୍ୱର ସାଂସଦ । ମୁରୁଜ ଉପରେ ପାଦଥୋଇ ପୁଣି ବିବାଦରେ ଫଶିଯାଇଛନ୍ତି ଅପରାଜିତା ଷଡଙ୍ଗୀ । ଗତକାଲି ଥିଲା ମହାପ୍ରଭୁଙ୍କର ନାଗାର୍ଜୁନ ବେଶ । ପୁରୀ ପରି ଦ୍ୱିତୀୟ ଶ୍ରକ୍ଷେତ୍ର ବାରିପଦାରେ ମଧ୍ୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । କାର୍ତିକ ମାସ ପଂଚୁକ ଚାଲୁଥିବାରୁ ଏବେ ଘର ଆଗରେ, ଅଫିସ ଆଗରେ ମହାପ୍ରଭୁଙ୍କ ମୁରୁଜ ପଡିଥାଏ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ଯାଉଥିବା ବେଳେ ମୁରୁଜ ଉପରେ ତାଙ୍କ ପାଦ ପଡିଯାଇଥିଲା । ଏହାକୁ ସେଠାରେ ଥିବା ଲୋକେ ଦେଖିବା ପରେ ସାଂସଦଙ୍କୁ ଅଟକାଇଥିଲେ । ହେଲେ ସାଂସଦ ଏହାକୁ ନେଇ ଟିକେ ବି ଦୁଃଖ ପ୍ରକାଶ କରିନଥିଲେ । ସାଂସଦଙ୍କ ଏପରି ଓପରମୁହାଁ ଚାଲିକୁ ତୀବ୍ର ନିନ୍ଦା କରାଯିବା ସହ ବାରିବଦା ଟାଉନ ଥାନାରେ ସମାଜସେବୀ ଅରୁଣ କୁମାର ବେହେରା ଏନେଇ ଏତଲା ମଧ୍ୟ ଦେଇଛନ୍ତି । ସାଂସଦଙ୍କ ବିରୋଧରେ ସେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେବାୟତ ମହାସଂଘର ସଭାପତି କାମେଶ୍ୱର ତ୍ରିପାଠୀ ମଧ୍ୟ ସାଂସଦଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି । ପୂର୍ବରୁ କରୋନା ସମୟରେ ବିିଭନ୍ନ ପ୍ରକାର ରାଲି, ସମାବେଶ କରି କୋଭିଡ ନିୟମ ଉଂଲଘନ କରି ଅନେକ ଥର ବିବାଦରେ ରହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ।