ଚାଲି ଚାଲି ଯାଉଛନ୍ତି ଅପରାଜିତା

ଶ୍ରୀମନ୍ଦିର ଯାଏଁ ଚାଲି ଚାଲି ଯାଉଛନ୍ତି ଅପରାଜିତା । ପୁରୀ ଶ୍ରୀମନ୍ଦିର ଗସ୍ତରେ ଯାଉଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆଜି ଚନ୍ଦନପୁର କାଠପୋଲ ନିକଟରେ ପ୍ରଶାସନ ଅଟକାଇଲା । ଏହା ପରେ ଗାଡି ଅଟକାଇଲେ ମଧ୍ୟ ମୁଁ ଏଠାରୁ ଏକା ଚାଲିକି ଯିବି, ମହାପ୍ରଭୁଙ୍କୁ ଦର୍ଶନ କରିବି ବୋଲି କହିଛନ୍ତି ଅପରାଜିତା ।
ଅପରାଜିତାଙ୍କ ଗାଡିକୁ ଅଟକାଇବା ସହ ପଦଯାତ୍ରା ନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।ଆଉ ଏହାର ଜବାବରେ ସାଂସଦ ଅପରାଜିତା କହିଛନ୍ତି, କୌଣସି ପଦଯାତ୍ରା ପାଇଁ ଅନୁମତି ମଗାଯାଇନାହିଁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ମୁଁ ଆସିଛି, ଜଣେ ଭକ୍ତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାର ଅନୁମତିର ଆବଶ୍ୟକତା ନାହିଁ । ଯଦି ସରକାର ସତମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି। ଯଦି କିଛି ଲୁଚାଇବାର ନାହିଁ ଭୟ କାହିଁକି କରୁଛନ୍ତି ସରକାର। ମୁଁ କେବଳ ଶ୍ରୀମନ୍ଦିର ସୁରକ୍ଷା କଥା କହିଛି, ମୋର ଯାହା କହିବାର କଥା ଲୋକସଭାରେ କହି ସାରିଛି। ଏହା ବିଜେପିର ଦଳୀୟ କାର୍ୟ୍ୟକ୍ରମ ନୁହେଁ, ସବୁ ଦଳର ଲୋକ ଆସିଛନ୍ତି’।
ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି ବୋଲି କହିଛନ୍ତି । ନିଷିଦ୍ଧାଞ୍ଚଳରେ ୩୦ ଫୁଟ ଗାତ ଖେଳିବାକୁ କିଏ ଅନୁମତି ଦେଲା ଏବଂ କେଉଁ ଇଞ୍ଜିନିୟର ଓ ବିଶେଷଜ୍ଞ ୩୦ ଫୁଟ ଗାତ ପାର୍ଇ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ।

Comments (0)
Add Comment