ସରକାରଙ୍କୁ ସାଂସଦଙ୍କ ପ୍ରଶ୍ନ

ଏକାମ୍ର କ୍ଷେତ୍ରର ବାଇ-ଲକୁ ନେଇ ବିବାଦ ତୁଟୁନଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀଙ୍କର ସିରିଜ ଟୁଇଟ ପୁଣି ଚର୍ଚ୍ଚାକୁ ଆସିଛି । ବାଇ-ଲକୁ ସମର୍ଥନ କରୁଆସୁଥିବା ସାଂସଦ ଆଜି ଆଉ ପାଦେ ଆଗେଇ ଯାଇ ଏଏସଆଇ ଅଧିକାରୀଙ୍କ ସହ ଲିଙ୍ଗରାଜ କ୍ଷେତ୍ରରେ ମନ୍ଦିର ବୁଲି ବିଭିନ୍ନ ଫଟୋକୁ ସେୟାର କରିଛନ୍ତି । ଲିଙ୍ଗରାଜ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଖନନକୁ ନେଇ ଅପରାଜିତା କହିଛନ୍ତି, ସୌନ୍ଦର୍ଯ୍ୟକରଣ ଆଳରେ ପ୍ରାଚୀନ କୀର୍ତିରାଜିକୁ ଧ୍ୱଂସ ମୁହଁକୁ ଠେଲି ଦିଆଯାଉଛି ।

ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଖନନ ସ୍ଥାନକୁ ଯାଇ ବିିଭିନ୍ନ ଫଟୋ ସବୁ ଟୁଇଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଐତିହ୍ୟକୁ ଧ୍ୱଂସ କରି ଐତିହ୍ୟର ଉନ୍ନତି କରାଯାଉଛି କି ବୋଲି ସେ ପଚାରିଛନ୍ତି? କହିଛନ୍ତି, ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଡାକରାରେ ସେ ଖନନ ସ୍ଥଳୀକୁ ଯାଇଥିଲେ ।ବର୍ଷ ବର୍ଷର ଐତହାସିକ କୀର୍ତିରାଜିକୁ ଧ୍ୱଂସ କରି କଣ ସୌନ୍ଦର୍ଯ୍ୟକରଣ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସାଂସଦ । କେଉଁ ସଂରକ୍ଷଣ ବିଶେଷଜ୍ଞ ଏଭଳି ପରାମର୍ଶ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ଟୁଇଟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଖୋଲା ଚିଠି କରିଥିଲେ । ରବିବାର ଲେଖାଯାଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି ଐତିହାସିକ କୀର୍ତିରାଜିର ଧ୍ୱଂସ କରି ସରକାର କେଉଁ କୀର୍ତିରାଜିର ସଂରକ୍ଷଣ କଥା କହୁଛନ୍ତି । ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଓ ପ୍ରମାଣ ସହ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଐତିହ୍ୟକୁ ଧ୍ୱଂସ କରି ସଂରକ୍ଷଣ ବିଶ୍ୱରେ ବିରଳ ଉଦାହରଣ ବୋଲି ସେ ଉଲ୍ଲେଖ କରିଛନ୍ତି।

ପୂର୍ବରୁ ମନ୍ତ୍ରୀ ଅଶୋକ ପଣ୍ଡା ବାଇ-ଲ ପ୍ରସଙ୍ଗରେ ଅପରାଜିତାଙ୍କୁ ୪ଟି ପ୍ରଶ୍ନ କରିଥିଲେ ।ମନ୍ତ୍ରୀ କହିଥିଲେ, ସଂସଦରେ ବାଇ-ଲ ପ୍ରସଙ୍ଗ ଉଠାଇପାରିଥାନ୍ତେ ସାଂସଦ । ସଂସଦ ଠାରୁ ବଡ଼ ଫୋରମ ଆଉ କଣ ଅଛି । ସେଠାରେ ସବୁ ସାଂସଦ ନିଜ ଅଂଚଳର ସମସ୍ୟା ଉଠାଇଥାନ୍ତି । ଭୁବନେଶ୍ୱର ସାଂସଦ ଚାହିଁଥିଲେ ଏକାମ୍ର କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବା ବାଇ-ଲ ପ୍ରସଙ୍ଗ ଉଠାଇପାରିଥାନ୍ତେ । କେବେଳ ଏତିକି ନୁହେଁ ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ,ହେଲେ ସେଠାରେ ସାଂସଦଙ୍କୁ ଦେଖିବାକୁ ପାଇନଥିଲେ ବୋଲି ପୂର୍ବରୁ କହିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ।

Comments (0)
Add Comment