ଯୋବ୍ରାରେ ଭାସୁଛି ହାତୀର ମୃତଦେହ

ଯୋବ୍ରା ନିକଟରେ ଭାସୁଛି ହାତୀର ମୃତଦେହ । ହାତୀ ପାଣିରେ ବୁଡ଼ି ରହିଥିବା ବେଳେ କେବଳ ହାତୀ ଗୋଡ଼ ଦେଖାଯାଉଛି । ତେବେ ବର୍ଷା ଯୋଗୁଁ ହାତୀର ଉଦ୍ଧାର କାର୍ୟ୍ୟ ହୋଇପାରୁନି ବୋଲି ସୂଚନା ଦେଇଛନ୍ତି କଟକ ବନଖଣ୍ଡ ରେଞ୍ଜର ।
ଶୁକ୍ରବାର ଦିନ ମୁଣ୍ଡଳିରେ ଏକ ହାତୀ ଅନେକ ସମୟ ଧରି ଫସି ରହିଥିଲା । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ଆଉ ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍‌ର ଏକ ବୋଟ୍ ଓଲଟି ପଡ଼ିଥିଲା । ବୋଟ୍ ଓଲଟି ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଓ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ହୋଇଥିଲା । ସେହିଦିନ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ମହାନଦୀର ମୁଣ୍ଡଳିଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ଭାସି ଯାଇଥିଲା । ହାତୀଟିର ଉଦ୍ଧାର କାର୍ୟ୍ୟ ବିଫଳ ହୋଇଥିବାବେଳେ ଆଜି ଯୋବ୍ରା ଆନିକୋଟ ଠାରେ ହାତୀର ମୃତଦେହ ଠାବ କରାଯାଇଛି ।

Comments (0)
Add Comment