ପଦୋନ୍ନତି ପାଇଲେ ବୋଥ୍ରା

ଆଇପିଏସ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି । ଅତିରିକ୍ତ ଡିଜି ରାଙ୍କକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା । ୧୯୯୬ ବ୍ୟାଚର ତିନି ଆଇପିଏସଙ୍କୁ ମିଳିଛି ଏହି ଦାୟିତ୍ବ । ସଂଜୟ ସିଂ ଏବଂ ସୁସ୍ମିତା କାକରନ ମଧ୍ୟ ଏଡିଜି ପାହ୍ୟା ପାଇଛନ୍ତି । ‘ପରୀ’ ପ୍ରସଙ୍ଗରେ ତଦନ୍ତ କରି ଚର୍ଚ୍ଚାରେ ଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ରାଜ୍ୟ ସରକାର ଦେଇଛନ୍ତି ଏହି ଗୁରୁ ଦାୟିତ୍ବ ।

ପରୀ ମୃତ୍ୟୁ ମାମଲା ଉପରୁ ଯେତେବେଳେ ପରଦା ଉଠିପାରୁନଥିଲା । ଅଭିଯୁକ୍ତକୁ ଧରିବାରେ ପୁଲିସ ଫେଲ ମାରିଥିଲା । ସେତେବେଳେ ପରୀ ହତ୍ୟା ଘଟଣାର ତଦନ୍ତ ଭାର ସମ୍ଭାଳିଥିଲେ ବୋଥ୍ରା। କ୍ରାଇମବ୍ରାଞ୍ଚ ଦ୍ବାରା ଗଠିତ ଏସ୍‌ଆଇଟି ଗଠନ ହୋଇଥିଲା। ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ନୟାଗଡ଼ରେ ଏସଆଇଟି ଟିମ୍ ତଦନ୍ତ ଆରମ୍ଭ କରିଥିଲା।ଏସଆଇଟି ଗଠନର ଦୁଇ ସପ୍ତାହ ମଧ୍ୟରେ ଅରୁଣ ବୋଥ୍ରା ଅଭିୁଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ଖାଲି ସେତିକି ନୁହେଁ ବହୁ ଚର୍ଚ୍ଚିତ ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଭାର ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲେ । ଆଉ ଛୋଟିଆ ଖିଅକୁ ଧରି ଅପରାଧୀ ନିକଟରେ ପହଁଚି ଯାଇଥିଲେ ଏହି ଧୁରନ୍ଧର ଆଇପିଏସ ଅଧିକାରୀ ।

ପୁଞ୍ଜିଲାଲ୍ ପାର୍ସଲ ବୋମାଠାରୁ ସାରଥି ପର‌୍ୟ୍ୟନ୍ତ, ଅରୁଣ ବୋଥ୍ରାଙ୍କ ତଦନ୍ତ ତରିକା ଥିଲା ଭିନ୍ନ। କେବଳ ଓଡ଼ିଶା ପୋଲିସ୍ ନୁହେଁ, ପୂର୍ବରୁ ସିବିଆଇରେ ପାଞ୍ଚବର୍ଷ ଧରି କାମ କରି ସଫଳତା ଅର୍ଜନ କରିଛନ୍ତି ଅରୁଣ ବୋଥ୍ରା । ଜଟିଳ ମାମଲାର ସରଳ ସମାଧାନ କରିବାରେ ତାଙ୍କର ବେଶ ଦକ୍ଷତା ଥିବା କୁହାଯାଏ । ପରୀ ମୃତ୍ୟୁ ମାମଲାର ତଦନ୍ତ ଏବେ ତାଙ୍କର ଉପରେ ରହିଛି । ୫ ଜଣିଆ ଏସଆଇଟିର ମୁଖ୍ୟ ରହିଛନ୍ତି ଏହି ଆଇପିଏସ ଅଧିକାରୀ ।

Comments (0)
Add Comment