କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଜେରା ବେଳେ କାନ୍ଦିଲେ ଆରୟନ୍ । ଏନସିବି ଅଧିକାରୀ ଆଜି ମଧ୍ୟ ତାଙ୍କୁ ମାରାଥନ ଜେରା କରିଛନ୍ତି ।ଏହି ସମୟରେ କୋହ ସମ୍ଭାଳି ପାରିନଥିଲେ ଆରୟନ୍ । ଜେରା ବେଳେ କାନ୍ଦି ପକାଇଥିଲେ ଶାହାରୁଖଙ୍କ ପୁଅ ଆରୟନ । ଗତ ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଥିବା ମଧ୍ୟ ସେ କୋହଭରା କଣ୍ଠରେ ସ୍ୱୀକାର କରିଥିବା ଜଣାପଡିଛି ।
ଏନ୍ସିବି’ ଅଧିକାରୀମାନେ ଶାହାରୁଖ ଖାନ୍ଙ୍କ ସହ ପ୍ରାୟ ଦୁଇ ମିନିଟ୍ କଥାବାର୍ତ୍ତା କରିବାକୁ ଆର୍ୟନ୍ଙ୍କୁ ସୁଯୋଗ ଦେଇଥିଲେ। ସେପଟେ ଆଜି ନାର୍କୋଟିକ୍ସ ବିଭାଗର ଟିମ୍ କ୍ରୁଜ୍ ଉପରେ ପୁଣିଥରେ ଚଢାଉ କରିଛି । ଆଜି ସକାଳେ ହୋଇଥିବା ଚଢାଉରେ ଏନସିବି ଟିମ ହାତରେ ପୁଣିଥରେ ଲାଗିଛି ଡ୍ରଗ୍ସ । ଯାହା ପରେ କ୍ରୁଜରୁ ୬ ଜଣ ଅଟକ ରଖି ପଚାରଉଚରା କରୁଛି । ସୂଚନାନୁସାରେ, ଏନସିବି ଅଧିକାରୀମାନେ କ୍ରୁଜରୁ ଏକ ବସ୍ରେ କିଛି ଲୋକଙ୍କୁ ଗିରଫ କରିଥିଲେ ।
ଜାହାଜରେ ଉପସ୍ଥିତ ଥିବା ସମସ୍ତ ୧୮୦୦ ଲୋକଙ୍କ ତାଲିକା ହାସଲ କରାଯାଇଛି । ସେହି ଆଧାରରେ ଅନେକ ନାମ ଫିଲ୍ଟର୍ କରାଯାଇଛି । ଯାହାର ସନ୍ଧାନରେ ବେଙ୍ଗାଲୁରୁ ଏବଂ ଗୋଆ ସମେତ ଦିଲ୍ଲୀ, ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ଏନସିବି ।