ଆଜି ‘ମନ୍ନତ’ ଫେରିବେ ଆର୍ୟନ

ଆଜି ଜେଲରୁ ମୁକୁଳିବେ ଆରୟନ ଖାନ୍ । ଜାମିନ ଅର୍ଡର ପହଁଚିବାରେ ବିଳମ୍ବ ହେତୁ ଗତକାଲି ଜେଲରୁ ମୁକୁଳି ପାରି ନଥିଲେ ଆରୟନ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗୁରୁବାର ଆରୟନଙ୍କ ବମ୍ବେ ହାଇକୋର୍ଟ ସର୍ତ କୂଳମ ଜାମିନ ପ୍ରଦାନ କରିଛନ୍ତି ।

ଆରୟନଙ୍କୁ ଛାଡିବା ପାଇଁ ୧୪ଟି ସର୍ତ ରଖାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରୟନ ୧ ଲକ୍ଷ ଟଙ୍କାର ବଣ୍ଡ ସହିତ ପାସପୋର୍ଟ ଜମା କରିବେ । ଏନଡିପିଏସ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡି କୁଆଡେ ଯାଇପାରିବେ ନାହିଁ । ଏନସିବି ଅଧିକାରୀଙ୍କ ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ ଆରୟନ । ପ୍ରତି ଶୁକ୍ରବାର ଦିନ ୧୧ଟାରୁ ଅପରହ୍ନ ୨ଟା ଭିତରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ଉପସ୍ଥିତ ରହିବେ ଆରୟନ । ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ଯୋଗାଯୋଗ କରିବେ ନାହିଁ ।ଏହାସହ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ ଆରୟନ । କୋର୍ଟରୁ ଦିଆଯାଇଥିବା ସମସ୍ତ ତାରିଖରେ ସେ ଉପସ୍ଥିତ ରହିବେ ।

ଅକ୍ଟୋବର ୨ରେ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଥିଲା । ଦୁଇ ଥର ସେଶନ୍ସ କୋର୍ଟର୍ରେ ଆର୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଗୁରୁବାର ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ ।

Comments (0)
Add Comment