କ୍ରାଇମବ୍ରାଞ୍ଚ ଅଫିସରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା । ବହୁ ଚର୍ଚ୍ଚିତ ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣାରେ ଆଜି ଆଶିଷଙ୍କୁ ଜେରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ମଧ୍ୟ ତାଙ୍କୁ ସମନ ହୋଇଥିଲେ ବ ହଜାର ନହୋଇ କେଉଁଆଡେ ପଳାଇଥିବା ଖବର ଆସିଥିଲା ।ଆଶିଷ ନେପାଳ ଖସିପଳାଇବା ଚର୍ଚ୍ଚା ହେଉଥିବାବେଳେ ମନ୍ତ୍ରୀ କିନ୍ତୁ ଏହାକୁ ଖଣ୍ଡନ କରିଥିଲେ । ଠିକ ସମୟରେ ସାକ୍ଷୀ ସହ ଆଶିଷ ହାଜର ହେବେ ବୋଲି ମନ୍ତ୍ରୀ କହିଥିଲେ । ଆଜି କ୍ରାଇମବ୍ରାଞ୍ଚ ଦେଇଥିବା ସମୟ ସୀମାର ୨୨ ମିନିଟ ପୂର୍ବରୁ ଆଶିଷ ହାଜର ହୋଇଛନ୍ତି ଆଶିଷ ।
ମନ୍ତ୍ରୀ ଅଜୟ ମିଶ୍ରା ତାଙ୍କ ପୁଅ ଆଶିଷଙ୍କ ସହ ଯାଉଥିବାବେଳେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିଠାରେ ଶତାଧିକ ଚାଷୀ ଆନ୍ଦୋଳନ କରିବା ସହ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ଆଶିଷ ୪ ଜଣ ଚାଷୀଙ୍କ ଉପରେ କାର ଚଢାଇ ଦେଇଥିଲେ ।ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା । ସେହି ସୟମରେ ଉତ୍ତେଜନା ବୃଦ୍ଧି ପାଇବାରୁ ଅନ୍ୟ ୪ଜଣ ପ୍ରାଣ ହରରାଇଥିଲେ ।