କାହାର କମୁଛି ଟିଆରପି?

ସମାନ ପ୍ରସଙ୍ଗ, ହୋହାଲ୍ଲା ଓ ମୁଲତବୀ । ଲଗାତର ୪ ଦିନ ହେବ ଗୃହରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଚତୃର୍ଥ ଦିନରେ ବି ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହୋହାଲ୍ଲା ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ନେଇ ଶାସକ ଦଳର ସଦସ୍ୟ ଜିଦରେ ଅଡିବସିଥିବା ବେଳେ ବିଜେପି ମଣ୍ଡି ସମସ୍ୟାକୁ ନେଇ ଘେରିଛି । ସେପଟେ ବାଚସ୍ପତି ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଶାସକ ଓ ବିରୋଧୀଙ୍କ ଜିଦରେ ଧୋଇ ଗଲାଣି ବିଧାନସଭା। ସ୍ୱାଭାବିକ ହେଉନି ଗୃହ। ଆଜିବି ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ହୋଇଛି। ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ବିଧାୟକ କ୍ଷମା ମାଗନ୍ତୁ ବୋଲି ଜିଦରେ ଅଟଳ ଅଛନ୍ତି ବିଜେଡି ସଦସ୍ୟ ।ସେପଟେ ମଣ୍ଡି ସମସ୍ୟାକୁ ନେଇ ବିଜେପି ବିଧାୟକ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତନ ମୋହନ ମାଝୀ କହିଛନ୍ତି ସରକାରଙ୍କ ଟିଆରପି କମୁଛି, ସେଥିପାଇଁ ସେମାନେ ଗୃହକୁ ଚଲାଇଦେଉନାହାନ୍ତି । ଆଇନ ଶୃଙ୍ଖଳା, ଜଙ୍ଗଲ ନିଆଁ ପ୍ରସଙ୍ଗରେ ଆଲୋଚନା ହେଲେ ସରକାର ବ୍ୟାକଫୁଟକୁ ଯିବେ । ତେଣୁ ଜାଣିଶୁଣି ଗୃହ ଭିତରେ ସରକାରୀ ଦଳର ବିଧାୟକ ମାନେ ହଟ୍ଟଗୋଳ କରୁଛନ୍ତି । ଯୋଜନା ବଦ୍ଧ ଭାବେ ସରକାରୀ ଦଳ ଗୃହକୁ ବନ୍ଦ କରି ରଖିିଛି ବୋଲି ମୋହନ ମାଝୀ କହିଛନ୍ତି ।

ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସରକାର ଦଳର ଟିଆରପି କମିଛି କି ନାହିଁ ଲୋକେ କହିବେ । ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଜଣେ ବିଧାୟକ ସାନିଟାଇଜର ପ୍ଖବ ଆତ୍ମହତ୍ୟା ଉଦ୍ୟମ କରିବା ଦ୍ୱାରା ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି । ତେୁ ସେ କ୍ଷମା ମାଗନ୍ତୁ ବୋଲି ବିଜେଡି ବିଧାୟକ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଛନ୍ତି, ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା, ମଣ୍ଡିରୁ ଚାଷୀଙ୍କ ଧାନ କିଣିବା ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ । ହୋହାଲ୍ଲା ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରୁନଥିବାରୁ ବାଚସ୍ପତି ଗୃହକୁ ସୁରୁଖୁର ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ।

Comments (0)
Add Comment