ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ

ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ । ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଧମକ ଦେଇଛନ୍ତି । ଆଜି ଗୃହରେ ପୁଣି ମଣ୍ଡି ପ୍ରସଙ୍ଗ ଉଠିଥିବା ବେଳେ ବିଜେପି ଓ କଂଗ୍ରେସ ବିଧାୟକ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ମଣ୍ଡିରୁ ଧାନ ନଉଠିବା ନେଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି । ଦୀର୍ଘଦିନ ହେବ ମଣ୍ଡିରେ ଧାନ ପଡି ରହିଛି। ଫଳରେ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ବିଜେପି ବିଧାୟକ ।

ବିଧାନସଭାରେ ମଣ୍ଡି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ବିଧାୟକ ହଙ୍ଗାମା କରିଛନ୍ତି । ଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୂନ୍ୟକାଳରେ ଧାନକିଣା ପ୍ରସଙ୍ଗ ଉଠାଇଛନ୍ତି । ବିରୋଧୀଙ୍କ ହୋହାଲ୍ଲା ଯୋଗୁ ଠିକଠାକ ଭାବେ ଚାଲିପାରିନିି ଶୂନ୍ୟକାଳ । ଗୃହର ମଧ୍ୟଭାଗକୁ ଆସି ବିରୋଧୀ ପ୍ରତିବାଦ କରିଛନ୍ତି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି । ପ୍ରଶ୍ନକାଳରେ ଧାନ ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ କରି ସେ ଗୃହର ମଧ୍ୟଭାଗକୁ ଆସି ବସି ରହିଥିଲେ। ତେବେ ଶୂନ୍ୟକାଳରେ ତାଙ୍କୁ ଏନେଇ କହିବାକୁ ଦିଆଯିବ ବୋଲି ବାଚସ୍ପତି କହିଥିଲେ। ତା’ସହିତ ତାଙ୍କୁ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି କହିଥିଲେ। ବିଧାୟକ ସୁବାସ ପାଣିଗ୍ରାହୀ ବାଚସ୍ପତିଙ୍କ ଅନୁରୋଧକୁ ମାନି ଥିଲେ। ଶୂନ୍ୟକାଳରେ ସେ ମଣ୍ଡି ସମସ୍ୟା ଉଠାଇଥିଲେ। ସେ କହିଥିଲେ, ଟୋକନ୍‌ରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀ ନାହିଁ ନଥିବା ଦହଗଞ୍ଜ ହେଉଛନ୍ତି। ହେଲେ ସରକାର ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି। ତେଣୁ ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ବିଧାୟକ ଶ୍ରୀ ପାଣିଗ୍ରାହୀ।

ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଧାରଣା ଦେଇଛନ୍ତି । ନରସିଂହ ମିଶ୍ରଙ୍କ ସହ କଂଗ୍ରେସ ସଭ୍ୟ ଧାରଣାରେ ବସିଛନ୍ତି । ଧାନ କିଣା ବର୍ତ୍ତମାନ ରାଜ୍ୟରେ ବଡ ସମସ୍ୟା। ପଞ୍ଜିକରଣ ଚାଷୀଙ୍କଠାରୁ ସରକାର ଧାନ କିଣିବାକୁ ବାଧ୍ୟ। । ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ସରକାର ବାଧ୍ୟ କରୁଛନ୍ତି। ତୁରନ୍ତ ବିଭାଗୀୟ ମନ୍ତ୍ରୀ ଏବଂ ବିରୋଧୀ ସଦସ୍ୟଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରନ୍ତୁ। ମଣ୍ଡିରୁ ଧାନ ଉଠିବା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି ନରସିଂହ ମିଶ ।

Comments (0)
Add Comment