ଏୟାର ଇଣ୍ଡିଆର ନୂଆ ମାଲିକ ଟାଟାଗ୍ରୁପ୍

ଏୟାର ଇଣ୍ଡିଆର ନୂଆ ମାଲିକ ହେଲା ଟାଟାଗ୍ରୁପ୍ । ଏୟାର ଇଣ୍ଡିଆ ବିକ୍ରୟ ପ୍ରକ୍ରିୟାରେ ସର୍ବାଧିକ ମୂଲ୍ୟରେ ନିଲାମ ଜିତିଛି ରଖି ଟାଟା ଗ୍ରୁପ୍ । ଟାଟା ଗ୍ରୁପ୍‌ର ଅଜୟ ସିଂ ଏବଂ ସ୍ପାଇସଜେଟ୍‌ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ଡାକିଥିଲେ । ଆଉ ଏଥିରେ ଟାଟା ଗ୍ରୁପକୁ ମଞ୍ଜୁରି ମିଳିଛି । ଜେଆରଡି ଟାଟା ୧୯୩୨ରେ ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ ।
ଏହାପୂର୍ବରୁ ୨୦୧୮ରେ ସରକାର କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଟାଟା ସନ୍ସ ଏୟାର ଇଣ୍ଡିଆ ବିଡ ଜିତିଛି । ଏହାର ଆନୁଷ୍ଠାନିକ ଘୋଷଣା ଏପର୍ୟ୍ୟନ୍ତ ହୋଇନାହିଁ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସରକାରୀ ସୂତ୍ର ଅନୁଯାୟୀ, ଏୟାର ଇଣ୍ଡିଆର ବିକ୍ରୟ ପାଇଁ କରାଯାଇଥିବା ଦୁଇଟି ବିଡ ମଧ୍ୟରୁ ସରକାର ଟାଟା ଗ୍ରୁପକୁ ଚୟନ କରିଛନ୍ତି । ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍ ଏବଂ ସ୍ପାଇସଜେଟର ଚେୟାରମ୍ୟାନ୍ ଅଜୟ ସିଂ ଶେଷ ପ୍ରସ୍ତାବ ଦେଇଥିଲେ ।
୨୦୧୮ରେ ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ପାଇଁ ସରକାର ପ୍ରୟାସ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ । କିନ୍ତୁ ଗତ ବର୍ଷ ଜାନୁଆରୀରୁ ପୁଣି ଥରେ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।

Comments (0)
Add Comment