ଟଙ୍କା ସହ ଏଟିଏମ୍ ଲୁଟିନେଲେ ଦୁର୍ବୃତ୍ତ

ରାଜଧାନୀରେ ପୁଣି ଏଟିଏମ୍ ଲୁଟ । ଭୁବନେଶ୍ୱର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଥିବା ଏକ ଏଟିଏମକୁ ଦୁର୍ବୃତ୍ତ ନେଇ ଯାଇଛନ୍ତି । ରାଜ୍ୟରେ ପ୍ରଥମ ଥର ପୂରା ଏଟିଏମକୁ ଦୁର୍ବୃତ୍ତ ନେଇଯାଇଥିବା କୁହାଯାଉଛି । ଟଙ୍କା ନ ବହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇଛନ୍ତି ଦୁର୍ବୃତ୍ତ । ଏହାପରେ ଏଟିଏମକୁ ଟେକି ନେଇଯାଇଥିବା ସୂଚନା ମିଳିଛି ।
ଏଟିଏମରେ ୧୭ ଲକ୍ଷ ୧୪ ହଜାର ଟଙ୍କା ରହିଥିଲା । ଏଟିଏମର ଓଜନ ପାଖାପାଖି ୩ କ୍ୱିଣ୍ଟାଲ ହେବ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଭିଡିଓ । ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏଟିଏମକୁ ଟାଣି ଟାଣି ନେଉଥିବାର ଦୃଶ୍ୟ ଭିଡିଓ କଏଦ ହୋଇଛି । ଏହା ପରେ ଏଟିଏମ୍ ଭିତରେ ଥିବା ସିସିଟିଭିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment