ନଜର ପକାନ୍ତୁ କ’ଣ ଖୋଲା, କ’ଣ ବନ୍ଦ?

ଆସିଛି ଅଗଷ୍ଟ ମାସର ଗାଇଡଲାଇନ । ଅନଲକ ମୁହାଁ ହୋଇଛି ଓଡିଶା । ତେବେ ରାତି ୮ରୁ ସକାଳ ୬ ପର୍ୟ୍ୟନ୍ତ ସାରା ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁ ସମଗ୍ର ରାଜ୍ୟରେ ବଳବତ୍ତର ରହିବ । ଭୁବନେଶ୍ୱର,କଟକ ଓ ପୁରୀରେ ଶନିବାର ରବିବାର ଦୋକାନ, ବଜାର ପୂର୍ବଭଳି ବନ୍ଦ ରହିବ । ଆସନ୍ତୁ ନଜର ପକାଇବା କଣ ଖୋଲିବ ଆଉ କଣ ବନ୍ଦ ରହିବ ।
() ଖୋଲିବ ପାର୍କ ଓ ବେଳାଭୂମି
() ମଲ, ହଲ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର
()୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ହଲ
()ରେଷ୍ଟୁରାଣ୍ଟ ଏବଂ ହୋଟେଲ ଖୋଲିବା ସହ କୋଭିଡ଼ କଟକଣା ବଳବତ୍ତର ରହିବ
()ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚ ୫୦ ପ୍ରତିଶତରେ ଚାଲିବ
() ୱାଟର ପାର୍କ, ନନ୍ଦନକାନନ ଆଦି ଖୋଲିପାରିବ
() ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ
() ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସମାବେଶକୁ ମିଳିନି ଅନୁମତି
()ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଅନୁମତି ପରେ ଖୋଲିବ ଧର୍ମାନୁଷ୍ଠାନ
() ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି
() ମନ୍ଦିର ଭିତରେ ଭୋଗ ଚଢାଇ ପାରିବେନି ଭକ୍ତ

Comments (0)
Add Comment