ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଭୁବନେଶ୍ୱରକୁ ରାଜ୍ୟ ସରକାରଙ୍କ ଫୋକସ । କୋଭିଡ ପରିଚାଳନା ପାଇଁ ପୁଣି ବିଏମସିକୁ ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ମଞ୍ଜୁର କରାଯାଇଛି । ପୂର୍ବରୁ ରାଜଧାନୀରେ କରୋନା ମୁକାବିଲା ପାଇଁ ୭୭କୋଟି ଟଙ୍କା ଦିଆଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳର କୋଭିଡ଼ ରୋଗୀ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଆସିଥାନ୍ତି । ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ୍ ହସ୍ପିଟାଲ ରହିଛି । ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ତେଣୁ ଭୁବନେଶ୍ୱରରେ ଆବଶ୍ୟକତା ଅନୁସାରେ ଏହି ଅର୍ଥ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।