ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା

ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା । ବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁକନ୍ୟା ଅର୍ଜୁନପୁର ଜଙ୍ଗଲରୁ ଉଦ୍ଧାର କରିଛି ପୋଲିସ । ଜଙ୍ଗଲରୁ ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ପୋଲିସ ତାକୁ ହସ୍ପିଟାଲକୁ ଆଣିଥିବା ସୂଚନା ରହିଛି । ବର୍ତ୍ତମାନ ସମୟରେ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି ।

ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଥିଲ । ଯାହାର ସିସିଟିଭି ଭିଜୁଆଲ ମଧ୍ୟ ପୋଲିସ ଖୋଜି ପାଇଥିଲା । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟ ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ । ଜଣେ ଅଜଣା ମହିଳା ତାଙ୍କ ଶାଶୁଙ୍କ ନିକଟକୁ ଆସି ଛୁଆକୁ କିଛି ସମୟ ପାଇଁ ଧରିବା ପାଇଁ କହିଥିଲେ । ଏହାପରେ କିଛି ସମୟ ମଧ୍ୟରେ ଅଜଣା ମହିଳା ଜଣକ ଶିଶୁଟିକୁ ନେଇ କୁଆଡେ ଚାଲିଯାଇଥିବା ନେଇ ମୁଖ୍ୟ ଚିକିତ୍ସାଳୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଶିଶୁକନ୍ୟାକୁ ନେଇଯାଇଥିବା ମହିଳାଙ୍କୁ ଏଯାଏଁ ପୁଲିସ ପାଇନି ।

Comments (0)
Add Comment