ମାଡିଗଲା ଟ୍ରକ,୧୮ ମୃତ

ଲକ୍ଷ୍ନୌ: ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ । ଉତ୍ତରପ୍ରଦେଶ ବାରାବାଙ୍କିରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।

ବାରବାଙ୍କି ସ୍ଥିତ ଅଯୋଧ୍ୟା ସୀମାରେ ଥିବା କଲ୍ୟାଣୀ ନଦୀ ବ୍ରିଜ୍ ଉପରେ ରାତି ପାଖାପାଖି ୧୨ଟା ବେଳେ ବସଟି ଛିଡ଼ା ହୋଇଥିଲା। ବ୍ରେକରେ ସମସ୍ୟା ଦେଖାଦେବାରୁ ରାସ୍ତା କଡରେ ଛିଡ଼ା ହୋଇଥିଲା। ବସରେ ୧୪୦ ଜଣ ଶ୍ରମିକ ଥିଲେ । ପଂଜାବ ଓ ହରିୟାଣାରେ କାମ କରୁଥିବା ଏହି ଶ୍ରମିକମାନେ ବିହାର ଫେରୁଥିଲେ । ବସ୍ ଖରାପ ହୋଇଯିବାରୁ ଏକ ଢାବା ପାଖରେ ଅଟକିଥିଲା । ଏହି ସମୟରେ ବସ ଡ୍ରାଇଭର ଏବଂ ଅନ୍ୟ ସଦସ୍ୟ ବସର ବ୍ରେକ ମରାମତି କରୁଥିଲେ। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ବସକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୧୮ ଜଣଙ୍କ ପ୍ରାଣହାନୀ ହୋଇଛି ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘାେଷଣା କରିଛନ୍ତି

Comments (0)
Add Comment