ସିଲ ହେଲା ଭୁବନେଶ୍ୱର ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପ । ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଭରତପୁର ପୁଲିସ୍। ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ କରି ଗତକାଲି ଲୋକମାନେ ପେଟ୍ରୋଲ ପମ୍ପରେ ପ୍ରବଳ ହଙ୍ଗାମା କରିଥିଲେ ।
ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ ଏଚପି କମ୍ପାନି ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି । କୌଣସି ଅପମିଶ୍ରଣ ହୋଇନାହିଁ । ପେଟ୍ରୋଲରେ ପାଣି ମିଶାଯାଇନାହିଁ । କିନ୍ତୁ ପେଟ୍ରୋଲରେ ଇଥେନଲର ପରିମାଣ ଅଧିକ ହୋଇଥାଇପାରେ ।ତେଣୁ ରିପୋର୍ଟ ଆସିବା ପରେ ସବୁ ତଥ୍ୟ ଜଣାପଡିବ । ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି ଏଚପିର ଏରିଆ ଇନଚାର୍ଜ ଶୁଭବ୍ରତ ଖାନ ।ଏନେଇ ଭାରତପୁର ଥାନାରେ ୪୨୦ ଦଫାରେ ଏକ ମାମଲା ରୁଜୁ ହୋଇଛି ।