ଶପଥ ନେଲେ ବୋମାଇ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ବାସବରାଜ ବୋମାଇ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଜି କେବଳ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ବେଳେ ମନ୍ତ୍ରୀମଣ୍ଡଳର ବିସ୍ତାର ପରେ କରାଯିବ ବୋଲି କୁହାଯାଇଛି ।

ରାଜ ଭବନରେ ଶପଥ ନେବାକୁ ମଞ୍ଚକୁ ଯିବାପୂର୍ବରୁ ସଦ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବା ୟେଦୁରପ୍ପାଙ୍କ ଆଶୀର୍ବାଦ ନେଇଥିଲେ ବାସବରାଜ । ବିଏସ୍‌ ୟେଦୁରପ୍ପାଙ୍କ ଇସ୍ତଫା ପରେ ନୂଆ ନେତା ଚୟନ ପାଇଁ ଗତକାଲି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା ବିଜେପି ବିଧାୟକ ଦଳର ବୈଠକ । ବୈଠକରେ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଭାବେ ବାସବରାଜ ର୍ନିବାଚିତ ହୋଇଥିଲେ । ଶପଥ ଗ୍ରହଣ ପୂର୍ବରୁ ବାସଭରାଜ ବୋମାଇ କହିଥିଲେ ଯେ ବିଏସ୍ ୟେଦ୍ୟୁରପ୍ପା ତାଙ୍କ ବାପା ସମାନ। ୟେଦ୍ୟୁରପ୍ପାଙ୍କ ପାଖରେ ସରକାର ଚଳାଇବାର ଅଭିଜ୍ଞତା ରହିଛି। ୟେଦ୍ୟୁରପ୍ପା ତାଙ୍କ ମନ୍ତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସ୍ୱାଧୀନତା ଦେଇଥିଲେ। ସେ ମନ୍ତ୍ରୀ ଭାବରେ ମଧ୍ୟ କାମ କରି ସନ୍ତୁଷ୍ଟ। ଏବେ ୟେଦ୍ୟୁରପ୍ପାଙ୍କ ପରାମର୍ଶ ନେଇ ସରକାର ଚଳାଇବେ ବୋଲି ସେ କହିଛନ୍ତି।

ବାସବରାଜ ବୋମାଇ ତାଙ୍କ ରାଜନୈତିକ ଜୀବନ ଜନତା ଦଳରୁ ଆରମ୍ଭ କରିଥିଲେ । ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ବି.ଏସ ୟେଦ୍ୟୁରପ୍ପାଙ୍କ ନିକଟତର ବୋଲି କୁହାଯାଉଛି । ଏହି କାରଣରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା କୁହାଯାଉଛି ।

Comments (0)
Add Comment