କରୋନା ସଂକ୍ରମଣ ଯେପରି ସାଂଘାତିକ ରୂପ ନେଉଛି, ଏହାକୁ ନଜରରେ ରଖି ରାଜ୍ୟରେ ହସ୍ପିଟାଲ ଗୁଡିକରେ ବେଡ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ । ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣା ବେଡ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ । ଆଇସିୟୁ ବଢାଇବା ଏତେଟା ସମ୍ଭବପର ନୁହେଁ । କାରଣ ଆଇସିୟୁ ପାଇଁ ସେଟଅପ୍ ଦରକାର । ତଥାପି ପ୍ରାୟ ୨ଗୁଣ ଆଇସିୟୁ ବେଡ୍ ଵୃଦ୍ଧି କରାଯିବ ।
ରୋଗୀଙ୍କ ପାଇଁ ୪ ଟି କାଟୋଗୋରୀର ବେଡ ଦରକାର ପଡୁଛି । ସାଧାରଣ, ଅକ୍ସିଜେନ, ସର୍ପୋଟ୍, ଆଇସିୟୁ ଓ ଆଇସିୟୁ ସହ ଭେଣ୍ଟିଲେଟର ବେଡ । ସାଧାରଣ ବେଡରେ ୨୫ ପ୍ରତିଶତ ଓ ଆଇସିୟୁ ବେଡରେ ୬୦ ପ୍ରତିଶତ ରୋଗୀ ଅଛନ୍ତି । ସେହିପରି ଭେଣ୍ଟିଲେଟର ବେଡରେ ୧୮ ପ୍ରତିଶତ ରୋଗୀ ରହିଛନ୍ତି । ୨୪୮ ବେଡରୁ ୪୫ ଜଣ ରୋଗୀ ଭେଣ୍ଟିଲେଟର ବେଡରେ ରହିଛନ୍ତି । ରାଜ୍ୟରେ ମୋଟ ୫୪୧ ଟି ଆଇସିୟୁ ବେଡ ଥିବା ବେଳେ ଏବେ ୩୨୯ ଜଣ ରୋଗୀ ଏହି ବେଡରେ ଅଛନ୍ତି । ଏହସହ ରୋଗୀ ମାନଙ୍କୁ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଜିଲ୍ଲା ପାଇଁ ଡାକ୍ତର ନିୟୋଜିତ କରାଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ । ସେପଟେ ଅନ୍ୟରାଜ୍ୟ ମାନଙ୍କ ଭଳି ଆମ ରାଜ୍ୟରେ ଯେଭଳି ଅକ୍ସିଜେନର ଅଭାବ ଅନୁଭୂତ ନହୁଏ ସେଥିପାଇଁ ୧୦ ଗୁଣ ଅଧିକ ଅକ୍ସିଜେନ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ପଡୋଶୀ ରାଜ୍ୟ ଛତିଶଗଡ ପାଇଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଦି ପାଇଲା । ତେଣୁ ଛତିଶଗଡ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି ।