ପଶ୍ଚିମବଙ୍ଗ ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା। ବିଧାନସଭାରେ ତ୍ରୁଣମୂଳ କଂଗ୍ରେସ ବିଧାୟକ ଓ ବିଜେପି ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସୂଚନା ଅନୁସାରେ ବିଜେପି ବିଧାୟକ ମନୋଜ ତ୍ୟାଗୀ ଏବଂ ଟିଏମ୍ସି ବିଧାୟକ ଅସିତ ମଜୁମଦାରଙ୍କ ମଧ୍ୟରେ ଲଢ଼େଇ ହୋଇଛି। ଏଥିରେ ବିଧାୟକ ଅସିତ ମଜୁମଦାର ଆହତ ହୋଇଥିବା କୁହାଯାଉଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ବୀରଭୂମଙ୍କ ଉପରେ ଆଲୋଚନା କରିବାକୁ ଚାହୁଁଥିଲେ, ଏହାକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା। ଏହାପରେ ଟିଏମସି ବିଧାୟକମାନେ ତାଙ୍କୁ ଧକ୍କା ମାରିବା ସହ ମାଡ ମାରିବା ଆରମ୍ଭ କରିଥିଲେ। ବିଧାନସଭା ବାହାରେ ବିରୋଧ ସମୟରେ ବିଜେପି ବିଧାୟକ ମନୋଜ ତ୍ୟାଗୀ କହିଛନ୍ତି ଯେ ଟିଏମସି ବିଧାୟକମାନେ ତାଙ୍କୁ ପ୍ରଥମେ ଠେଲାପେଲା କରିଥିଲେ। ଏହାପରେ ମାଡ ମାରିଥିଲେ। ସେ ତାଙ୍କ ସାର୍ଟ ଚିରିଯାଇଥିବା ବିଷୟରେ ମଧ୍ୟ କହିଥିଲେ। ଏହା ପରେ ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳର ନେତା ଶୁଭେନ୍ଦୁ ଆଧିକାରୀ ବିଧାନସଭା ବାହାରେ ନାରାବାଜି ଦେଇଥିଲେ। ସେପଟେ ଏହି ଘଟଣା ବାଚସ୍ପତି ୫ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି।