‘ନାକରେ ଦିଆଯିବ କରୋନା ଟିକା’

ନାକରେ ଦିଆଯିବା କରୋନା ଟିକା । କୋଭାକ୍ସିନ୍ ପରେ ନାକରେ ଦିଆଯିବା କରୋନା ଟୀକା ପ୍ରସ୍ତୁତ କରୁଛି ଭାରତ ବାୟୋଟେକ୍ । ଭାରତ ବାୟୋଟେକ୍ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲ୍ଲା କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ ମାନବ ପରୀକ୍ଷଣ ।

ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, ଏହି ଭାକ୍ସିନ ଏବେ ନିର୍ମାଣଧିନ ଅଛି । ଏହି ଭାକ୍ସିନରେ ମାତ୍ର ଗୋଟିଏ ଡୋଜ ଦେବାକୁ ପଡିବ ଏବଂ ତାହା ନାକରେ ଦିଆଯିବ । ପଶୁଙ୍କ ଦେହରେ ପରୀକ୍ଷଣର ବେଶ ଭଲ ପ୍ରଭାବ ଦେଖିବାକୁ ମିଳିଛି ଏବଂ ଭଲ ଭାବରେ ରୋଗପ୍ରତିରୋଧକ ଶକ୍ତି ବା ଆଂଟିବଡି ସୃଷ୍ଟି ହୋଇଛି । ଖୁବ୍ ଶୀଘ୍ର ଏହାର ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ ବୋଲି ଭାରତ ବାୟୋଟେକ୍ ତରଫରୁ କୁହାଯାଇଛି । ୨୦୨୧ ଅଗଷ୍ଟ- ସେପ୍ଟେମ୍ବର ସୁଦ୍ଧା ଏହି ଭାକ୍ସିନ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଥିବା କହିଛନ୍ତି ଡ. କ୍ରିଷ୍ଣା ଏଲ୍ଲା । ଏଥିପାଇଁ ଭାରତ ବାୟୋଟେକ୍, ଆମେରିକାର ଦୁଇଟି ଭ୍ୟାକ୍ସିନ୍ ନିର୍ମାତା, ୱାସିଂଟନ୍ ସ୍କୁଲ ଅଫ ମେଡିସିନ୍ ଅଫ ଓ ଫ୍ଲୁ-ଜେନ କମ୍ପାନୀ ସହ କାମ କରୁଛି । ଏହି ଦୁଇଟି ପ୍ରକଳ୍ପ ମଧ୍ୟରୁ ୱାସିଂଟନ୍ ସ୍କୁଲ ଅଫ ମେଡିସିନ ସହ ମିଳିତ ଭାବେ କରାଯାଉଥିବା ଗବେଷଣାରେ ବଡ ଧରଣର ସଫଳତା ମିଳିଛି ।

ଭାରତ ବାୟୋଟେକ୍ ଦ୍ୱାରା ତିଆରି ସ୍ୱଦେଶୀ ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଦୁଇଟି କରୋନା ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି । ଏହା ମଧ୍ୟରୁ ଗୋଟିଏ ହେଉଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଅନ୍ୟଟି ହେଉଛି ଭାରତ ବାୟୋଟେକ୍ ଦ୍ୱାରା ତିଆରି ସ୍ୱଦେଶୀ ଟିକା କୋଭାକ୍ସିନ୍ ।

Comments (0)
Add Comment