ଭାବିନା ଜିତିଲେ ରୌପ୍ୟ ପଦକ

ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ମେଡ଼ାଲ । ଟେବୁଲ ଟେନିସରେ ଭାବିନା ପଟେଲ ଜିତିଲେ ରୌପ୍ୟ ପଦକ ।ଫାଇନାଲ ମ୍ୟାଚରେ ଭାବିନା, ଚୀନର ଜୋହୁ ୟିଙ୍ଗଙ୍କ ମଧ୍ୟରେ ଖେଳ ହୋଇଥିଲା ।ଚୀନ ପ୍ରତିଯୋଗୀଙ୍କ ଠାରୁ ପରାସ୍ତ ହେଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାବିନା ।
ସେମିଫାଇନାଲ୍‌ରେ ଭାବିନା ବିଶ୍ବ ମାନ୍ୟତାର ୩ ନମ୍ବର ଖେଳାଳି ଚୀନ୍‌ର ମିଆଓ ଝାଙ୍ଗଙ୍କୁ ୩୪ ମିନିଟ୍‌ର ସଂଘର୍ଷ ତଥା ଉତ୍କଣ୍ଠାପ୍ରୂ୍ଣ ମୁକାବିଲାରେ ୩-୨ (୭-୧୧, ୧୧-୭, ୧୧-୪, ୯-୧୧ ଓ ୧୧-୮) ସେଟ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଲଢ଼େଇରେ ଅବତୀର୍ଣ୍ଣ ହୋଇଯାଇଛନ୍ତି। ହ୍ବିଲ୍‌ଚେୟାରରେ ଖେଳୁଥିବା ଭାବିନା ପ୍ରଥମ ଗେମ୍‌କୁ ହାରିଯିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତୀ ଦୁଇଟି ଗେମ୍‌ ଜିତି ୨-୧ର ଅଗ୍ରଣୀ ନେଇଥିଲେ। ଏପରିକି ତୃତୀୟ ଗେମ୍‌କୁ ଭାବିନା ମାତ୍ର ୪ ମିନିଟ୍‌ରେ ଶେଷ କରିଦେଇଥିଲେ। ଚତୁର୍ଥ ଗେମ୍‌କୁ ଅତି କଷ୍ଟରେ ପ୍ରତିପକ୍ଷ ଜିତି ସ୍ଥିତି ୨-୨ କରିବା ପରେ କିନ୍ତୁ ଭାବିନା ଆଉ ସୁଯୋଗ ଦେଇନଥିଲେ। ସେ ପଞ୍ଚମ ତଥା ନିର୍ଣ୍ଣାୟକ ଗେମ୍‌କୁ ଜିତି ମ୍ୟାଚ୍‌ ନିଜ ପକ୍ଷରେ ଶେଷ କରିଥିଲେ। ଏବର ବିଶ୍ବ ମାନ୍ୟତାର ତୃତୀୟ ତଥା ପୂର୍ବତନ ଶୀର୍ଷ ମାନ୍ୟତା ଝାଙ୍ଗ୍‌ଙ୍କ ବିପକ୍ଷରେ ଭାବିନାଙ୍କର ଏହା ଥିଲା ପ୍ରଥମ ବିଜୟ।

Comments (0)
Add Comment