ରାଜ୍ୟରେ ଚୋରି, ଲୁଟ, ହତ୍ୟାକାଣ୍ଡ ଭଳି ଘଟଣା ବଢିଚାଲିଥିବା ବେଳେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ନୂଆ ଆପ୍ଲିକେସନ୍ । ଅପରାଧୀ ସାବଧାନ! ଆସୁଛି ‘ଅତିଥି’ ଆପ୍ । ଅପରାଧୀଙ୍କୁ ଧରିବା ପାଇଁ ଅତିଥୀ ଆପ ଜରିଆରେ ହୋଟେଲଗୁଡିକର ତଥ୍ୟ ସଂଗ୍ରହ କରାଯିବ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ । ହୋଟେଲ ଦେଉଥିବା ତଥ୍ୟ କେବଳ ପୋଲିସ ପାଖରେ ରହିବ, ଏହାକୁ ସର୍ବସାଧାରଣ କରାଯିବ ନାହିଁ ।
ଅନ୍ ଲାଇନ୍ ରେ ତଥ୍ୟ ଦେବେ ହୋଟେଲ ମାଲିକ । ଏହି ତଥ୍ୟ କେବଳ ପୋଲିସ ପାଖରେ ରହିବ । ଏହାକୁ ସର୍ବଜନିନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ , ଲଜ୍, ହୋଟେଲକୁ ଏଥିପାଇଁ ନିର୍ଦେଶ ଦିଆଯିବ । ଅପରାଧୀମାନେ ହୋଟେଲରେ ରହୁଛନ୍ତି । ତେଣୁ ସୁରକ୍ଷାକୁ ଆଖି ଆଗରେ ରଖି ଏଭକି ନିଷ୍ପତ୍ତି ନେଇଛି ପୋଲିସ । ଭୁବନେଶ୍ବର ଡିସିପି ଏନେଇ ସୂଚନା ଦେଇଛନ୍ତି ।
ଅପରାଧୀ ଅପରାଧ ଘଟାଇବା ପୂର୍ବରୁ ହୋଟେଲରେ ରହୁଛନ୍ତି । ସୁରକ୍ଷାକୁ ଆଖି ଆଗରେ ରଖି ପୋଲିସ ଏଭଳି ନିଷ୍ପତ୍ତି ନେଇଛି ପୋଲିସ । ‘ଅତିଥି’ ଆପ୍କୁ ଖୁବ୍ଶୀଘ୍ର ଲଞ୍ଚ୍ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।