ଜୋ ବାଇଡେନ ହେଲେ ଆମେରିକା ରାଷ୍ଟ୍ରପତି, କମଳା ହେରିସ ହେଲେ ଉପରାଷ୍ଟ୍ରପତି, ହେଲେ ପରାଜୟକୁ ମାନିବାକୁ ନାରାଜ ଟ୍ରମ୍ପ ।

ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକାଟ୍ରିକ ପ୍ରାର୍ଥୀ ଜୋ ବାଇଡେନ ରିପବ୍ଲିକାନ ପାର୍ଟିର ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଛନ୍ତି । ପୃଥିବୀର ସବୁଠାରୁ ପୁରୁଣା ଗଣତନ୍ତ୍ର ଓ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାବାସୀଙ୍କୁ ଉଦବୋଧନ ଦେଇ ଜୋ ବାଇଡେନ କହୁଛନ୍ତି, ବର୍ତମାନ ଆମେରିକା ଲାଲ ଓ ନୀଳ ରଙ୍ଗରେ ଅଲଗା ନହୋଇ ଏକଜୁଟ ହୋଇ କାମ କରିବ ।ନିର୍ବାଚନୀ ପ୍ରଚାର ବେଳେ ଜୋ ବାଇଡେନ କହିଥିଲେ ଯେ ସେ ବିଜୟୀ ହେଲେ ପ୍ରଥମ ଦିନରେ କୋଭିଡକୁ ନେଇ ରଣନୀତିର ଘୋଷଣା କରିବେ । ଏବେ ବାଇଡେନ ଓ ହାରିସ ସେହି ଦିଗରେ କାମ ଆରମ୍ଭ କରିଦେଇଛନ୍ତି ।

ସେପଟେ ଏଯାଏ ପରାଜୟ ସ୍ୱୀକାର କରୁନାହାନ୍ତି ଟ୍ରମ୍ପ । ଭୋଗଗଣତି ପ୍ରକ୍ରିୟାକୁ ହେୟ ମନେ କରି ରିପବ୍ଲିକାନ୍ ଦଳ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍ ଏହାକୁ ଆମେରିକା ନାଗରିକଙ୍କ ବିରୋଧରେ ଜାଲିଆତି ବୋଲି କହିଛନ୍ତି। ସେପଟେ ସାରା ବିଶ୍ୱ ନେତାଙ୍କ ଠାରୁ ଜୋ ବାଇଡେନ ଓ କମଳା ହାରିସଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହାରି ଭିତରେ ୱିଲମିଂଟନରେ କୋଭିଡ ପରାମର୍ଶଦାତା ଟିମ, ଜୋ ବାଇଡେନ ଓ କମଳା ହାରିସଙ୍କୁ ମିଳିତ ବିବୃତି ଦେବେ । ଏହା ପରେ ପରେ କୋଭିଡ ଓ ଅର୍ଥନୈତିକ ସୁଧାରକୁ ନେଇ ଜୋ ବାଇଡେନ ନିଜର ମତ ରଖିବେ । ଏହାସହ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଓ ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ ମିଳିତ ଭାବରେ ଏକ ‘ବିଲ୍ଡ ବ୍ୟାକ ବେଟର ଡଟ୍ କମ୍’ ନାମକ ଏକ ୱେବସାଇଟ ଓ ‘ଟ୍ରାନଜିସନ ୪୬’ ନାମରେ ଟ୍ୱିଟର ଆକାଉଂଟ ଲଂଚ କରିଛନ୍ତି । ଏହି ୱେବସାଇଟରେ ୪ଟି ପ୍ରସଙ୍ଗକୁ ବେଶ ଗୁରୁତ୍ୱ ଦିଆଯାଇଛି ।

Comments (0)
Add Comment