ନିର୍ଯାତନା ପାଇଁ ଖାଇଲେ ନିଦ ବଟିକା

ମୃତ ସମାଜସେବୀ ଆଦିତ୍ୟ ଦାସଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଛି ବୋଲି କୌଣସି ପ୍ରମାଣ ମିଳିପାରିନଥିବା ବେଳେ ଆଦିତ୍ୟ ଦାସଙ୍କ କିଛି ସମର୍ଥକ ତାଙ୍କ ପତ୍ନୀଙ୍କୁ ଦୋଷୀ ବୋଲି ଅପପ୍ରଚାର କରିଆସୁଛନ୍ତି । ତେଣୁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଦର୍ଶାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବିଦ୍ୟାଶ୍ରୀ । ଫେସବୁକ ଲାଇଭରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବିଦ୍ୟାଶ୍ରୀ । ୩୦ଟି ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ମେଡିକାଲରେ ଭର୍ତି କରାଯାଇଛି ।

ଆତ୍ମହତ୍ୟା ଉଦ୍ୟମ ବେଳେ ଫେସବୁକ ଲାଇଭରେ ବିଦ୍ୟାଶ୍ରୀ କହିଛନ୍ତି ଯେ, କିଛି ଦିନ ହେଲା ତାଙ୍କୁ ବହୁତ ମାନସିକ ନିର୍ଯାତନା ଦିଆଯାଉଛି । ଭିଡିଓରେ ସେ କହିଥିଲେ ଯେ ସେ ଆଉ ବଂଚିବାକୁ ଚାହୁଁନାହାଁନ୍ତି । ସେ ଏକ ଡାଏରି ଦେଖାଉଛନ୍ତି ଓ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ସବୁ ଦାୟୀ ସେ ସେମାନଙ୍କ ନାମ ସେ ଡାଏରିରେ ଲେଖିଛନ୍ତି ବୋଲି କହିଛନ୍ତି।ସେ ଆହୁରି ବି କହିଛନ୍ତି କି ଯେପରି ଆଦିଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଟୁଛନ୍ତି, ସେହିପରି ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହା ନଯାଉ । ସେଥିପାଇଁ ମୁଁ ଏ ଲାଇଭ୍ ଭିଡିଓ ସହ ଡାଏରି ଛାଡ଼ି ଯାଉଛି। ଯେଉଁମାନେ ତାଙ୍କ ମୃତ୍ୟୁ ଲାଗି ଦାୟୀ ସେମାନଙ୍କ ନାମ ସେ କହୁଥିବା ଦେଖିବାକୁ ମିଳିଛି। ଏଥିସହ ସେ କାନ୍ଦି କାନ୍ଦି କହୁଛନ୍ତି – ମତେ ନ୍ୟାୟ ମିଳୁ।

ସମାଜସେବୀ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳିନାହିଁ। ନଭେମ୍ବର ୧୧ରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଥିଲା ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ। ହେଲେ କ୍ରାଇବ୍ରାଞ୍ଚର ଏଭଳି ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରତିପକ୍ଷ । ତଦନ୍ତର ପୂର୍ଣ୍ଣାଙ୍ଗ ରିପୋର୍ଟ ସେମାନଙ୍କୁ ପ୍ରଦାନ କରିବା ଲାଗି ପ୍ରତିପକ୍ଷ କୋର୍ଟଙ୍କୁ ଆବେଦନ କରିଛନ୍ତି । ଯାହାକୁ ଆଧାର କରି ଡିସେମ୍ବ ର୨୬ ତାରିଖ ସୁଦ୍ଧା ସତ୍ୟପାଠ ଜରିଆରେ ତଦନ୍ତର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବା ଲାଗି କ୍ରାଇବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି ।

ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଏବେ ବି ରହସ୍ୟାବୃତ୍ତ ହୋଇରହିଛି । ଯେତେବେଳେ କି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସମ୍ଭାଳିଛି । ତେଣେ ଏହି ରହସ୍ୟଜନକ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରି ଆଦିତ୍ୟଙ୍କ ପରିବାର ଲୋକ ହାଇକୋର୍ଟରେ ମାମଲା ଦାଏର କରିଛନ୍ତି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର‌୍ୟ୍ୟ କରିଛନ୍ତି ହାଇକୋର୍ଟ ।

Comments (0)
Add Comment