ସତ ହେଲା ଆମେରିକାର ଆକଳନ । କାବୁଲ ବିମାନବନ୍ଦର ନିକଟରେ ପୁଣି ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି ଏହାର ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । ପୂର୍ବରୁ ୨୬ ତାରିଖରେ କାବୁଲ ବିମାନବନ୍ଦର ନିକଟରେ ଲଗାତର ଭାବେ ଦୁଇଟି ବିସ୍ଫୋରଣ ହୋଇଥିଲା ।
ଆମେରିକା ତରଫରୁ ବି ଆଶଂକା କରାଯାଇଥିଲା କି ୨୪ ରୁ ୩୬ ଘଂଟା ମଧ୍ୟରେ ପୁଣି କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ ହୋଇପାରେ । ଜୋ ବାଇଡେନ ଏନେଇ ସତର୍କ କରାଇଥିଲେ । ଗତ ଗୁରୁବାର ଦିନ ଆଇଏସଆଇଏସ ଆତଙ୍କବାଦୀ ମାନେ କାବୁଲ ବିମାନବନ୍ଦରରେ ସିରିଜ ବିସ୍ଫୋରଣ କରିଥିଲେ । ଏଥିରେ ୧୬୦ରୁ ଅଧିକ ଆଫଗାନଙ୍କ ସମେତ୧୩ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା ।
ଏହା ପରେ ପ୍ରତିଶୋଧ ନେଇଥିଲା ଆମେରିକା । ଆମେରିକା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିଲା । ଆଜି ସକାଳେ ବାଇଡେନ ଆଉ ଥରେ ଆତଙ୍କୀ ହମଲା ନେଇ ସକାଳୁ ସତର୍କ କରାଇଥିଲେ ।