ପୁଣି ବଢିପାରେ କରୋନା ସଂକ୍ରମଣ

ଦେଶରେ ପୁଣି ଉପରମୁହାଁ ଦୈନିକ ସଂକ୍ରମଣ । ପୁଣି ଥରେ ଦେଶରେ ତିନି ହଜାରୁ ଉର୍ଦ୍ଧ୍ବ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛି । ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଆଗକୁ ବିପଦ ରହିଛି। ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଲେ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥାଏ। କରୋନାର ତିନୋଟି ଲହରରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା।

ସେ କହିଛନ୍ତି, ରାଜ୍ୟ ସରକାର କୋଭିଡର ମୁକାବିଲା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ରହିଛି। ଆମ ପାଖରେ ଔଷଧ ଓ ଅକ୍ସିଜେନ ମଧ୍ୟ ମହଜୁଦ୍‌ ରହିଛି। ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରସ୍ତୁତ ରହିଛନ୍ତି। ସବୁ ଜିଲ୍ଲାକୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଜିଲ୍ଲା ଗୁଡିକରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି। ଆମେ ଭଲ ସ୍ଥିତିରେ ଅଛୁ।

ରାଜଧାନୀ ଦିଲ୍ଲୀରେ ସ୍ଥିତି ବେଶି ଚିନ୍ତାଜନକ ହୋଇଛି । ଦିଲ୍ଲୀରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ରହିଛି । ତେବେ ଦିଲ୍ଲୀରେ ବର୍ତ୍ତମାନ ହସ୍ପିଟାଲରେ ବହୁ କମ୍ ସଂଖ୍ୟକ ଆକ୍ରାନ୍ତ ଆଡମିଟ ହେଉଛନ୍ତି । କୋଭିଡ୍ ମୁକାବିଲା ଲାଗି ଦିଲ୍ଲୀରେ ୧୦ହଜାର ବେଡ୍ ପ୍ରସ୍ତୁତ ଥିବା ବେଳେ ମାତ୍ର ଶହେ ବେଡ୍ରେ ରୋଗୀ ଆଡମିଟ ହୋଇଛନ୍ତି ।

Comments (0)
Add Comment