ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ କରାନା ଟିକା ପହଚିଂଛି । କରୋନା ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ନେବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନେ ଟିକାକରଣ ପାଇଁ ଏବେ ମନା କରିଦେଉଛନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଯଦି କେହି ଏବେ ଟିକା ନେବେନାହିଁ । ତେବେ ଆଗାମୀ ଦିନରେ ତାଙ୍କୁ ଆଉ ମାଗଣାରେ ଟିକା ମିଳିବନି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଅନେକ ସ୍ୱାସ୍ଥ୍ୟକର୍ମୀ ଟିକା ନେବାକୁ ରାଜି ହେଉନଥିବା ବେଳେ ସେମାନଙ୍କୁ ଟିକା ନେବାକୁ ଅନୁରୋଧ କରାଯାଇଛି । ଏପର୍ୟ୍ୟନ୍ତ ଯେଉଁଢ଼ାନେ ଟିକା ନେଇଛନ୍ତି କୌଣସି ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନାହିଁ । ସର୍ବମୋଟ ୭ଟି ସାମାନ୍ୟ ଧରଣର କେସ ଆସିଥିଲା । କିନ୍ତୁ ବର୍ତ୍ତମାନ ସବୁ ଠିକ ଅଛି । ପ୍ରଥମ ପର୍ୟ୍ୟାୟରେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ କର୍ମୀ ଲାଗି ଟିକା ପର୍ୟ୍ୟାପ୍ତ ହୋଇଯାଇଛି । ଦୁଇଟି ଫେଜରେ ଯେତିକି ଟିକା ଆସିଛି ତାହା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଦୁଇଟି ଡୋଜ ହିସାବରେ ପର୍ୟ୍ୟାପ୍ତ ହେବ । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଅନୁରୋଧ କରାଯାଉଛୁ । ସମସ୍ତେ ଟିକା ନେବାକୁ ଆଗକୁ ଆସନ୍ତୁ । ଯେଉଁମାନେ ଟିକା କରଣ ପାଇଁ ମନା କରି ଦେଉଛନ୍ତି । ତାଙ୍କୁ ପରବର୍ତ୍ତୀ ସମୟରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
।
ସୋମବାର ଦିନ ରାଜ୍ୟରେ ୧୦୨ ପ୍ରତିଶତ ଟିକାକରଣ ହୋଇଛି । ମୋଟ ୩୧ହଜାର ୯୦୨ଜଣଙ୍କୁ ଟିକା ଦେବା ଲାଗି ସୋମବାର ଟାର୍ଗେଟ ଥିଲା । କିନ୍ତୁ ୩୨ ହଜାର ୫୨୬ଜଙ୍କୁ ଟିକା ଦିଆଯାଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସିଲ୍ଡ ଟିକା ପହଚିଂଛି । ତିନି ଦିନ ପରେ ଟିକାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ।