ବିଜେଡିର ଟିଭି ଚେହେରା

ନୂଆ ବର୍ଷରେ ବିଜେଡିର ନୂଆ ମିଡିଆ ଟିମ୍ । ବିଜୁ ଜନତା ଦଳର ମିଡିଆ ଟିମ୍ ପୁନର୍ଗଠିତ ହୋଇଛି । ତୀୟ ମୁଖପାତ୍ର, ମୁଖପାତ୍ର ଓ ପାନେଲିଷ୍ଟଙ୍କ ତାଲିକା ପ୍ରକାଶ କରିଛି ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ମିଡିଆ ଟିମ୍‌ର ପୁନର୍ଗଠନ କରି ୬ ଜଣଙ୍କୁ ଜାତୀୟ ମୁଖପାତ୍ର, ୧୬ ଜଣଙ୍କୁ ମୁଖପାତ୍ର, ୧୪ ଜଣଙ୍କୁ ପାନେଲିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି ।

ଜାତୀୟ ମୁଖପାତ୍ର ଭାବେ ସାଂସଦ ପ୍ରସନ୍ନ ଆଚାର‌୍ୟ୍ୟ, ପିନାକି ମିଶ୍ର, ଅଚ୍ୟୁତ ସାମନ୍ତ, ଡକ୍ଟର ଅମର ପଟ୍ଟନାୟକ, ଡକ୍ଟର ସସ୍ମିତ ପାତ୍ର ଏବଂ ଶର୍ମିଷ୍ଠା ସେଠୀ ଦାୟିତ୍ବ ନିର୍ବାହ କରିବେ। ନବନିଯୁକ୍ତ ମୁଖପାତ୍ରମାନେ ହେଲେ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝି, ସ୍ନେହାଙ୍ଗିନୀ ଛୁରିଆ, ଡକ୍ଟର ବ୍ୟୋମକେଶ ରାୟ, ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଡକ୍ଟର ଲେନିନ୍ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ ଏବଂ ହରିଶ ଚୌଧୁରୀ।

ସେହିପରି ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ, ଓମପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇସ୍ପତା ସାହୁ, ଜ୍ୟୋସ୍ନାମୟୀ ପରିଡା, ସୋଫିଆ ଆଲାମ, ତୁମ୍ବନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତା ମଲ୍ଲିକ, ଛବି ମହାଳି, ମୀନାଖି ମିଶ୍ର ଏବଂ ସ୍ମୃତି ନନ୍ଦଙ୍କୁ ପ୍ୟାନେଲିଷ୍ଟ ଦାୟିତ୍ବ ଦିଆଯାଇଛି।

Comments (0)
Add Comment