ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର

ଗିରଫ, ନିଲମ୍ବନ ପରେ ପିଏସ ବିରଞ୍ଚି ସାହୁଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆଜି ସକାଳେ ଓଏସଏସସିର ଅଧ୍ୟକ୍ଷ ନିର୍ମଳ ମିଶ୍ର ତାଙ୍କୁ ନିଲମ୍ବିତ କରିଥିଲେ ।

ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବରଚିଂ ସାହୁ । ରେଡ ବେଳେ ସାଢେ ୩ କୋଟିରୁ ଅଧିକ ଟଙ୍କାର ସଂପତି ଠାବ ହୋଇଥିଲା । ଗତ ୩୧ ତାରିଖରେ ବିରଞ୍ଚିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଜାମିନ ଆବେଦନ ପରେ ଖାରଜ ପରେ ଏବେ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ଅଛନ୍ତି ବିରଞ୍ଚି । ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ ।

Comments (0)
Add Comment