ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ସଂସଦରେ ଲଢ଼େଇ କରିବ ବିଜେଡି । ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବଜେଟ ଅଧିବେଶନ ବେଳେ ଉଠାଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ବିଷୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଅବଗତ କରାଇଛନ୍ତି ।
ବଜେଟ ଅଧିବେଶନରେ କୃଷି, ରେଳବାଇ, ଫୋକସ ଷ୍ଟେଟ୍ ପ୍ରସଙ୍ଗକୁ ବିଜେଡି ଉଠାଇବ । ରାଜ୍ୟରେ ପ୍ରାୟ ୩୦୦ଟି ଷ୍ଟପେଜ ବନ୍ଦ କରିଛି ରେଳ ବିଭାଗ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲାଗି ଜମି ଅଧିଗ୍ରହଣ ସରିଥିବାବେଳେ କାର୍ୟ୍ୟ ଅଗ୍ରଗତି ହୋଇପାରିନାହିଁ । କେନ୍ଦ୍ରାପଡାକୁ ଲୋକାଲ ଟ୍ରେନ ଚଳାଚଳ ହୋଇପାରିନାହିଁ । କୋଲ ରୟାଲଟି, ୩୩ ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ, କୋଶଳୀ ଏବଂ ହୋ ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରାଯିବା ଭଳି ଦାବିକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାଛଡା କୋଶଳୀ ଓ ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର, ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ପାର୍ଲାମେଂଟରେ ଉଠାଇବାକୁ ବିଜେଡ ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତିହୋଇଛି । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଯେ କୌଣସି ପ୍ରସଙ୍ଗ ଆସିବ ତାକୁ ବିଜେଡି ଉଠାଇବ ।