ତିର୍ତ୍ତୋଲରେ ପୁଣି ବିଜୟ ବାନା ଉଡାଇଲା ବିଜେଡି । ଶୁଭିଲା ଶଙ୍ଖ, ମଉଳିଗଲା ପଦ୍ମ । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କ ଦାସଙ୍କ ବାଜିମାତ୍ ।

ତିର୍ତୋଲ ଉପନିର୍ବାଚନରେ ପୁଣି ଥରେ ବାଜିମାତ କରିଛି ବିଜେଡି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରୋଧୀ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ତିର୍ତ୍ତୋଲରେ ବିଜୟବାନା ଉଡାଇଛି ବିଜେଡି ।

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କଠାରୁ ବହୁ ଦୂରରେ ରହିଛନ୍ତି, କଂଗ୍ରେସ ଓ ବିଜେପି ପ୍ରାର୍ଥୀ । ଭୋଟ୍ ବ୍ୟବଧାନରେ ବିଜେଡି ପ୍ରାର୍ଥୀ, ହିମାଂଶୁ ମଲ୍ଲିକ ଓ ରାଜ କିଶୋର ବେହେରାଙ୍କୁ ବେଶ ପଛରେ ପକାଇ ଦେଇଛନ୍ତି । ବିଜେଡିର ଗଡରେ ବିଜେଡି ନିଜ ସମ୍ମାନ ରକ୍ଷା କରିଛି ଆଉ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧, ୭୦୩ ଭୋଟରେ ଜିତିଛନ୍ତି ।

ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଏଠାରେ ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ତିର୍ତୋଲରେ ବିଜେଡି ବହୁ ଭୋଟରେ ଜିତିବ ବୋଲି ମଧ୍ୟ ଆଶା ରଖିଥିଲା ଦଳ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିବା ବିଷ୍ଣୁ ଦାସ, ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ବାଲେଶ୍ୱର, ତିର୍ତୋଲ ଉପନିର୍ବାଚନରେ ବିଜେଡିର ବାଜିମାତ ପରେ ଉଭୟ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଚା ଜଣାଇଛନ୍ତି ।

Comments (0)
Add Comment