ବାଲେଶ୍ୱରରେ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିପୁଳ ବିଜୟ । ବିଜେଡି ଦଖଲରେ ବିଜେପିର ଗଡ଼ ।

ଉପନିର୍ବାଚନରେ ବାଲେଶ୍ୱର ଓ ତିର୍ତୋଲରେ ବିଜେଡିର ଦବଦବା । ରାଜ୍ୟର ଦୁଇଟି ଉପନିର୍ବାଚନରେ ବିଜେଡି ବାଜିମାତ କରିଛି । ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିପୁଳ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୩ ହଜାର ୩୫୧ ଭୋଟରେ ଜିତିଛନ୍ତି । ନିକଟକତମ ପ୍ରତିନ୍ଦ୍ୱନ୍ଦୀ ବିଜେପିର ମାନସ ଦତ୍ତଙ୍କୁ ହରାଇଛନ୍ତି ସ୍ୱରୂପ ।

୨୦୧୯ ନିର୍ବାଚନରେ ବାଲେଶ୍ୱର ସଦର ବିଜେପି କବଜାରେ ଥିବାବେଳେ ଏଠାରେ ଏବେ ବିଜେଡିର ବାନା ଉଡିଛି । ବିଜେପି ବିଧାୟକ ମଙ୍ଗ ଦତଙ୍କ ପରଲୋକ ପରେ ଉପନିର୍ବାଚନରେ ତାଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରାଯାଇଥିଲା । ଅନୁକମ୍ପା ଭୋଟ ପାଇଁ ପୁଣି ଥରେ ବାଲେଶ୍ୱର ସଦରରେ ବିଜେପି ବାଜିମାତ କରିବ ବୋଲି ଆଶା ରଖିଥିଲା । ହେଲେ ବିଜେଡିର ନୂଆ ଚେହେରା ସ୍ୱରୂପ ଦାସ ଏଠାରେ ବହୁ ଭୋଟରେ ବିଜୟୀ ହୋଇଛନ୍ତି । ବାଲେଶ୍ୱରରେ ବିଜେଡି ଜିତିବାକୁ କଳ ବଳ କୌଶଳ ଲଗାଇଦେଇଥିଲା । ବାଲେଶ୍ୱରରେ କ୍ୟାମ୍ପ ପକାଇ ନେତା, ମନ୍ତ୍ରୀ ମାନେ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାଲେଶ୍ୱର ପାଇଁ ବିଜେପୁର ଫଣ୍ଡା ଆପଣାଇଥିଲେ । ବାଲେଶ୍ୱରର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି କହିଥିଲେ ।

ତେବେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କୁ ଶୁଭେଚ୍ଛା। ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ।

Comments (0)
Add Comment