ଶ୍ରୀତମ ଦାସ କଟକର ମେୟର ପ୍ରାର୍ଥୀ

ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡି ପରେ ଆଜି କଟକ ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଅଭିନେତା ଶ୍ରୀତମ ଦାସ କଟକ ବିଜେପିର ମେୟର ପ୍ରାର୍ଥୀ । ଗତକାଲି ବିଜେଡି କଟକରେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି । ଶ୍ରୀତମ ଦାସଙ୍କ ନାଁକୁ କଟକର ମେୟର ପ୍ରାର୍ଥୀ ଭାବେ ଘୋଷଣା କଲେ କଟକ ନଗର ବିଜେପି ସଭାପତି ।
ବିଜେଡି ପକ୍ଷରୁ ସୁବାସ ସିଂଙ୍କୁ ମଇଦାନଙ୍କୁ ଓହ୍ଲାଯାଇଥିବା ବେଳେ ବିଜେପିରୁ ଓଡିଆ ଅଭିନେତା ଶ୍ରୀତମ ଦାସ ମଇଦାନକୁ ଓହ୍ଲାଇଛନ୍ତି । ସୁବାସ ସିଂ ବିଜେଡିର ଜଣେ ଟାଣୁଆ ନେତା । ସେ ରାଜ୍ୟସଭା ସାଂସଦ ଭାବେ କ୍ଷମତା ତୁଲାଉଛନ୍ତି । ସେହିପରି ଶ୍ରୀତମ ଦାସ ଜଣେ ଓଡିଆ ଅଭିନେତା ହିସାବରେ ତାଙ୍କର ଅନେକ ନାଁ ରହିଛି । ସେ ବହୁତ ଲୋକପ୍ରିୟ ମଧ୍ୟ ।
କଟକ ମେୟର ପଦବୀ ପାଇଁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମ ଶନିବାର ଘୋଷଣା କରିଥିଲା । ତେବେ ଏପର୍ୟ୍ୟନ୍ତ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପି କି କଂଗ୍ରେସ କୌଣସି ଦଳ ମେୟର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

Comments (0)
Add Comment