ବିଜେପି ସାଂସଦ, ଯାହାଙ୍କ ପାଇଁ ମହତ୍ତ୍ୱ ରଖେନି ପ୍ରଧାନମନ୍ତ୍ରୀଙ୍କ ଅପିଲ୍ !

ଜାଣିଶୁଣି ନିୟମ ଭାଙ୍ଗୁଛନ୍ତି, ଅଥବା ହଠାତ୍ ନେତା ହେବା ପରେ ଲୋକଙ୍କର ଯେଉଁ ସ୍ରୋତ ସେ ନିଜ ପଛେ ଦେଖୁଛନ୍ତି ତାହା ତାଙ୍କୁ ଅମାନିଆ ହେବାକୁ ବାଧ୍ୟ କରୁଛି । ପ୍ରଶାସକ ଥିବା ବେଳେ ନିୟମ କାନୁନ ଆଉ ବିଧି ବ୍ୟବସ୍ଥା ପ୍ରତି ଅତି କଠୋର ଥିବା ଅପରାଜିତା ନେତା ହେଲା ପରେ ସମସ୍ତ ବିପରୀତ କାମ କରିବାରେ ବ୍ୟସ୍ତ । ଏହି ବିଜେପି ସାଂସଦଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ କଥା ମଧ୍ୟ ଗୁରୁତ୍ୱ ବହନ କରେନାହିଁ । ମୋଦି କହୁଥିବା କଥାକୁ ଏଡାଇଦେଇ ସେ କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କ ଉକ୍ତିର ଅବମାନନା କରୁଛନ୍ତି ତା ନୁହେଁ ବରଂ ଲୋକଙ୍କ ଭିତରେ ମଧ୍ୟ ଏକ ଭୂଲ ଧାରଣା ତିଆରି କରୁଛନ୍ତି ।
କୁହାଯାଏ ମନ୍ଦିର ତୋଳିଲେ ନାଁ ପଡେ ଆଉ ବାଟରେ ମଳତ୍ୟାଗ କଲେ ନାଁ ପଡେ । ହେଲେ ମନ୍ଦିର ତୋଳିବାକୁ ବର୍ଷ ବର୍ଷ ସମୟ ଲାଗୁଥିବା ବେଳେ ମଳତ୍ୟାଗ ପାଇଁ ସମୟର ଆବଶ୍ୟକତା ନାହିଁ । ଜଣା ପଡୁଛି ସେହି ନ୍ୟାୟ ନେଇ ଏବେ ନିଜ ରାଜନୈତିକ କ୍ୟାରୀଅର ଆଗେଇବାକୁ ଚାହୁଁଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଗୃହମନ୍ତ୍ରୀ ଅମିତ ଶାହ ନିୟମ କରୁଛନ୍ତି । କିନ୍ତୁ ଏପଟେ ସବୁ ନିୟମକୁ ଫୁ କରିବାକୁ ଅପରାଜିତା ତିଳେ ମାତ୍ର ଅବହେଳା କରୁନାହାନ୍ତି ।

କୋଭିଡ ମହାମାରୀ ପାଇଁ ସମଗ୍ର ବିଶ୍ବରେ ଏବେ ଲୋକ ପୋକ ମାଛି ପରି ମରୁଛନ୍ତି । ଭାରତ ଭଳି ଦେଶରେ ଏହି ଭୁତାଣୁ ମଧ୍ୟ ତାର କାୟା ବିସ୍ତାର କରିବାରେ ଲାଗିଛି । ଅନେକ ରାଜ୍ୟ ଏହି ରୋଗର ଭୟବହତା ଅନୁଭବ କରିସାରିଲେଣି । ପ୍ରଥମ ପର୍ୟ୍ୟାୟରେ ଅନେକ ଅମୂଲ୍ୟ ଜୀବନ ନେବା ପରେ ଏବେ ପୁଣି ଏକାଧିକ ସ୍ଥାନରେ ଦ୍ଵିତୀୟ ପ୍ରବାହ ପରିଲକ୍ଷିତ ହେଉଛି ।

ଆମ ରାଜ୍ୟ ଓଡିଶା କଥା ବିଚାର କଲେ ମଧ୍ୟ ବିଗତ ୪ ମାସକୁ ଲକ୍ଷ କଲେ ପରିସ୍ଥିତି ସହଜେ ଅନୁମେୟ । ଯଦିଓ ଏବେ ସଂକ୍ରମଣ କମୁଛି କିନ୍ତୁ ଭୟ ଏପର୍ୟ୍ୟନ୍ତ ଯାଇନି । ସବୁଠାରୁ ବଡ କଥା ହେଲା ଏପର୍ୟ୍ୟନ୍ତ କୋଭିଡ ପାଇଁ ବିଶ୍ଵବ୍ୟାପୀ କୌଣସି ନିରାକରଣ ବହାରିପାରିନାହିଁ । କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ ପର୍ୟ୍ୟନ୍ତ ସମସ୍ତେ ୩ଟି ନିୟମ ମାନିବାକୁ ଜନସଧାରାନଙ୍କୁ ଅନୁରୋଧ କରିବା ସହ ନିୟମ ମଧ୍ୟ କରୁଛନ୍ତି । କିନ୍ତୁ ସଂସଦରେ ନିୟମ ତିଆରି କରୁଥିବା ଜନପ୍ରତିନିଧି ନିୟମ ଭାଙ୍ଗିବାପାଇଁ ଏଠି ବ୍ୟଗ୍ର ।

ଆମ ରାଜ୍ୟରେ ଏହାର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ । ମାସ୍କ ନପିନ୍ଧିବା, ସାମାଜିକ ଦୁରତାକୁ ପାଳନ ନକରିବା ଯେମିତି ତାଙ୍କର ଅଭ୍ୟାସରେ ପରିଣତ ହେଇଯାଇଛି । ନିଜ ପଦବୀକୁ ନେଇ ଆତ୍ମଗର୍ବରେ ରାଜ୍ୟ ସରକାରଙ୍କ କଥା ଛାଡ଼ନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ମଧ୍ୟ ଖାତିର କରୁନାହଁନ୍ତି । ବାରିପଦା ଠାରେ ପବିତ୍ର ରାମମନ୍ଦିରର ଭୂମିପୂଜନ ଉତ୍ସବରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିଲା । ସମସ୍ତ କୋଭିଡ ନିୟମକୁ ବାଏଁ ବାଏଁ ଉଡାଇଦେଇଥିଲେ ଅପରାଜିତା । ଏପରିକି ରାମମନ୍ଦିର ନିର୍ମାଣ ପରି ଭବ୍ୟ ଉତ୍ସବର ଆୟୋଜନ ପାଇଁ ପଡିଥିବା ଜଗନ୍ନାଥଙ୍କ ଚିତା ଉପରେ ଚଢିଯିବା ପାଇଁ ମଧ୍ୟ ଦୁଃସାହସ କରିଥିଲେ । ଯାହାକୁ ନେଇ ଏବେ ଲୋକଙ୍କ ଭିତରେ ଚର୍ଚ୍ଚା ।

Comments (0)
Add Comment