ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରକାରଙ୍କୁ ଘେରିଲା ବିଜେପି । ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ତେଜିଲା ରାଜନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି ଏବଂ ଯୋଗ୍ୟ ଗରିବ ହିତାଧିକାରୀମାନଙ୍କୁ ବାସଗୃହ ପ୍ରଦାନ ଦାବିରେ ଭୁବନେଶ୍ୱର ବ୍ଲକ ଅଫିସ ଘେରାଉ କରିଛି ବିଜେପି । ଗରିବ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ଦେଉଥିବା ୧ଲକ୍ଷ ୨୦ ହଜାର ଟଙ୍କା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଅଧାବାଟରେ ତାହା ବାଟମାରଣା ହେଉଛି । ଅଯୋଗ୍ୟ ଲୋକ ହାତେଇ ନେଉଛନ୍ତି ଘର। ଏଥିପାଇଁ ସରକାରୀ ଦଳର ନେତା ମନ୍ତ୍ରୀଙ୍କଠୁ ନେଇ ଜିଲ୍ଲା ସ୍ତରରେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସାମିଲ ହେଉଥିବା ଅଭିଯୋଗ ଆଣିଛି ବିଜେପି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଛି। ହିତାଧିକାରୀ ଚୟନରେ ଦୁର୍ନୀତି ହେଉଛି। ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପ୍ରକୃତ ହିତାଧିକାରୀଙ୍କୁ ଘର ଦେବାକୁ ଦାବି କରିଛି ବିଜେପି ।