‘ମୋ ସାଇକେଲ’ର ମହାଯାତ୍ରା

ଖତ ଖାଉଛି ‘ମୋ ସାଇକେଲ’ । ‘ମୋ ସାଇକେଲ’ ଯୋଜନାରେ ବଡଧରଣ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି ବିଜେପି । ୨୫ ହଜାର ଟଙ୍କାରେ ସାଇକେଲ ଗୋଟାକୁ କିଣାଯାଇଥିବାବେଳେ ଏବେ ୫୦୦ ଟଙ୍କାରେ କବାଡିକୁ ବିକି ଦେଇଥିବା ଅଭିଯୋଗ ଆଣିଛି ବିଜେପି । ଦାମୀ ସାଇକେଲ କିଣି ଅଢେଇ ବର୍ଷରେ ଲୁହା ଦରରେ କବାଡିଆକୁ ବିକ୍ରି ହୋଇଥିବାରୁ ବଡଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ୨୦୧୮ ନଭେମ୍ବରରେ ଏହି ଯୋଜନା ଆରମ୍ଭ ହୋଇଥିବାବେଳେ ମହାନଗରବାସୀଙ୍କୁ ଏକ ଭଲ ସ୍ୱପ୍ନ ଦେଖାଇଥିଲେ ସରକାର ।କିନ୍ତୁ ଏବେ ମୋ ସାଇକେଲ ଗୁଡିକ ଏବେ ଖତ ଖାଉଥିବା ବେଳେ ୨୫ ହଜାର ଟଙ୍କାର ସାଇକେଲ ଏବେ ୫୦୦ ଟଙ୍କାରେ ବିକ୍ରୀ ହେଉଥିବା ବିଜେପି ଅଭିଯୋଗ କରିଛି ।

Comments (0)
Add Comment