ଛତିଶଗଡ ରାୟପୁର ଷ୍ଟେସନରେ ବିସ୍ଫୋରଣ । ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ ଘଟି୪ ସିଆରପିଏପ୍ ଯବାନ ଆହତ ହୋଇଛନ୍ତି । ୨ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ଟ୍ରେନରେ ଗ୍ରେନେଡ୍ ବିସ୍ଫୋରଣ ହୋଇଛି । ଗୋଟି ବଗିରୁ ଅନ୍ୟ ଏକ ବଗିକୁ ଡେଟୋନେଟର ସ୍ଥାନାନ୍ତର ହେଉଥିବା ବେଳେ ବିସ୍ଫୋରଣ ହୋଇଥିବା ପ୍ରାଥମିକ ସୂଚନା ମିଳିଛି ।
୨୧୧ ବି. ବାଟାଲିଅନର ଯବାନ ସ୍ୱତନ୍ତ୍ର ଟ୍ରେନରେ ଜମ୍ମୁ ଯାଉଥିଲେ । ଏହି ସମୟରେ ଗୋଟିଏ ବଗିରେ ଥିବା ଗ୍ରେନେଡକୁ ଅନ୍ୟ ଏକ ବଗିକୁ ସ୍ଥାନାନ୍ତର କରିବା ସମୟରେ ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା । ସକାଳ ୬ ଟା ସମୟରେ ହୋଇଥିବା ଏହି ବିସ୍ଫୋରଣରେ ୪ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ହାବିଲଦାରଙ୍କ ଅବସ୍ଥା ଗୁୁରୁତର ରହିଛି । ଏହା ପୂର୍ବରୁ ଜୁନ ୧୭ ତାରିଖରେ ସିକନ୍ଦରାବାଦରୁ ଦରଭଙ୍ଗା ଜଙ୍କସନରେ ପହଂଚିବା ପରେ ଦରଭଙ୍ଗା ଏକ୍ସପ୍ରେସରୁ ରେଡିମେଡ୍ କପଡା ପ୍ୟାକ ଅନଲୋଡ ହେଉଥିବାବେଳେ ବିସ୍ଫୋରଣ ହୋଇଥିଲା ।