‘ରାଜଧାନୀବାସୀଙ୍କୁ ନିଶ୍ଚୟ ମିଳିବ ଦ୍ୱିତୀୟ ଡୋଜ’

ରାଜଧାନୀରେ ଏବେ ସଂକ୍ରମଣ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ ଭୁବନେଶ୍ୱରରେ ତଳମୁହାଁ ଅଛି ବୋଲି କହିଛନ୍ତି ବିଏମସି କମିସନର । କୋଭିଡ୍ ଟିକା ନେଇ ସଙ୍କଟ ଦେଖାଦେଇଥିବାବେଳେ ବିଏମସି କମିସନର କହିଛନ୍ତି ଟିକାକରଣକୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ରାଜଧାନୀରେ ବାସକରୁଥିବା ସମସ୍ତ ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ ଠିକ୍ ସମୟରେ ଟିକା ଯୋଗାଇ ଦିଆଯିବ । । ଏହା ସହ ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଦିଆଯିବ ଟିକା।

ବିଏମସି ଅଞ୍ଚଳରେ ମାର୍କେଟ ଏରିଆରେ ଗହଳି ସ୍ଥାନରେ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ଗହଳି ସ୍ଥାନରେ ମୋବାଇଲ ଭ୍ୟାନ ଜରିଆରେ ବାଧ୍ୟତାମୂଳକ ଟେଷ୍ଟିଂ କରାଯିବ । ଏମସିକୁ ସରକାର ୧୦୦ ଟି ଅକ୍ସିଜେନ କନସେନଟ୍ରେଟର ଦେଇଛନ୍ତି । ଏଥିପାଇଁ ଏକ ଆପ ପ୍ରସ୍ତୁତ କରାଯାଇଛି । ଲୋକେ ଫୋନ କରି ବୁକ କଲେ ବିଏମସି ତରଫରୁ ଘରେ ଅକ୍ସିଜେନ କନସେନଟ୍ରେଟର ଯୋଗାଇଦିଆଯିବ । ଲକଡାଉନ୍ ଓ ସଟଡାଉନ୍ ପାଇଁ କରୋନା ପଜିଟିଭିଟି ରେଟ ହ୍ରାସ ପାଇଥିବା କହିଛନ୍ତି ବିଏମସି କମିସନର ।

ଜୁନ୍ ୪ ପର୍ୟ୍ୟନ୍ତ ବିଏମସି ଅଞ୍ଚଳରେ ୮ ଲକ୍ଷ ୫୭ ହଜାର ଡୋଜ୍ ଟିକା ଦିଆଗଲାଣି। ସ୍ବାସ୍ଥ୍ୟ କର୍ମୀ ୩୫, ୪୨୯, ସମ୍ମୁଖ କର୍ମୀଙ୍କୁ ୪୮, ୪୧୦ ଡୋଜ୍ ଦିଆଯାଇଛି। ୪୫+ ବର୍ଗରେ ପ୍ରଥମ ଡୋଜ୍ ୩.୩୮ ଲକ୍ଷ ଓ ୨ୟ ଡୋଜ୍ ୨.୧୧ ଲକ୍ଷ ନେଲେଣି। ୧୮ରୁ ୪୪ ବୟସ ବର୍ଗରେ ୧ ଲକ୍ଷ ୭୦ ହଜାର ଜଣକୁ ପ୍ରଥମ ଡୋଜ୍ ମିଳିଛି। ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ୪ରୁ ୬ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ମିଳିବ ବୋଲି କହିଛନ୍ତି ବିଏମସି କମିଶନର ।

Comments (0)
Add Comment