ଭୁବନେଶ୍ୱର ହେବ ଭିକାରୀ ମୁକ୍ତ

ଭୁବନେଶ୍ୱର ହେବ ଭିକାରୀ ମୁକ୍ତ । ରାଜଧାନୀର ସବୁ ଗଳିକନ୍ଦିରୁ ଭିକାରୀମାନଙ୍କୁ ଉଦ୍ଧାରପାଇଁ ଏକ ବିରାଟ ଅଭିଯାନ ଆରମ୍ଭ କରାଯାଇଛି।ବିଏମ୍ସି, କମିଶନରେଟ ପୁଲିସ୍ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ ହୋଇଛି।ସହାୟ ସ୍କିମରେ ଏକାମ୍ର ନିଳୟ ଯୋଜନାରେ ଆଜି ଭୁବନେଶ୍ୱର ବିଭିନ୍ନ ଛକରୁ ଭିକାରୀମାନଙ୍କୁ ଉଠାଇ ନେଇଛି ବିଏମସି । ପିପିଇ କିଟ ପିନ୍ଧି ବିଏମସି କର୍ମଚାରୀ ଭିକାରୀମାନଙ୍କୁ ବୁଝାସୁଝା କରି ବିଭିନ୍ନ ଆଶ୍ରୟସ୍ଥଳୀକୁ ନେଇଛନ୍ତି ।

ଆଜି ଜନପଥ, ୟୁନିଟ ୧, ୟୁନିଟ ୨ ମାର୍କେଟ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଶନିମନ୍ଦିର, ଲିଙ୍ଗରାଜ ମନ୍ଦିର, ରାଜମହଲ, ଭଳି ବିଭିନ୍ନ ସ୍ଥାନରୁ ଭିକାରୀଙ୍କୁ ଉଦ୍ଧାର କରାଯାଇଛି । ସହରର ୮ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇଛି ।ଉଦ୍ଧାର ସମୟରେ ଭିକ ମାଗୁଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।ଥଇଥାନ କେନ୍ଦ୍ରରେ ରଖାଯାଉଥିବା ଭିକାରୀଙ୍କ ଆବଶ୍ୟକ ଯତ୍ନ ନିଆଯିବ। ସେମାନଙ୍କ ଖାଇବା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟର ତଦାରଖ କରାଯିବ।

ଆଗରୁ ମଧ୍ୟ ଏପରି ଚଢ଼ାଉ କରି ୨ ଶହରୁ ଅଧିକ ଭିକାରୀଙ୍କୁ ଉଦ୍ଧାର କରିଥିଲା ବିଏମ୍ସି। ଆଜିଠାରୁ ପୁଣି ଥରେ ଏହି କାର୍ୟ୍ୟକ୍ରମକୁ ବିଏମ୍ସି ଜୋରଦାର କରିଛି । ଭୁବନେଶ୍ୱରରେ ଯେଭଳି କୌଣସି ଭିକାରୀ ନରହିବେ ଏହା ଲକ୍ଷ୍ୟ ରଖାଯାଇଛି।

Comments (0)
Add Comment