ବୋମାମାଡ଼ରେ ଜଳୁଛି ପୁରୀ କୃଷ୍ଣପ୍ରସାପୁର ବ୍ଲକ ସ୍ଥିତ ନାଥପୁର । ଗୋଟିଏ କି ଦୁଇଟି ନୁହେଁ ଏକାସାଙ୍ଗେ ୪୦ଟି ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସଡିପିଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ସୂଚନା ରହିଛି ।
ଏକ ବୈଠକକୁ ନେଇ ଏହି ଉତେଜନା ଦେଖା ଦେଇଥିବା ସୂଚନା ରହିଛି । ଜମିଜବରଦଖଲକୁ ନେଇ ଏକ ବିବାଦ ରହିଥିଲା । ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଏହି ବୈଠକକୁ ଆସିବାରୁ ଉତ୍ତେଜନା ହୋଇଥିଲା । ଏହାପରେ ଏହି ଘଟଣାକୁ ନେଇ ବୋମା ମାଡ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ରେ ୩୦ରୁ ଅଧିକ ଘର ହୁତୁହୁତ ହୋଇ ଜଳୁଛି । ଘଟଣା ସ୍ଥଳରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି ।