ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମାମାଡ଼

ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମାମାଡ଼ । ଢ଼େଙ୍କାନାଳ ପୌର ପରିଷଦର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁବୃର୍ତ୍ତ । ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆ ସ୍ଥିତ ବାସ ଭବନ ଉପରେ ହୋଇଛି ହମଲା। ଗତ ବିଳମ୍ବିତ ରାତିରେ ବୋମା ମାଡ଼ କରି ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି। ଏଥିରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି।
ସିସିଟିଭ୍ ଫୁଟେଜ୍‌ରୁ ଜଣାପଡ଼ିଛି ଯେ ଦୁର୍ବୃତ୍ତ ଜୟନ୍ତୀ ପାତ୍ରଙ୍କ ଘରର ଫାଟକକୁ ଲକ୍ଷ୍ୟ କରି ବୋମା ଫିଙ୍ଗି ଥିଲେ। ଏହି ବୋମାମାଡ଼ରେ ଘରର ପାଚେରି କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଜୟନ୍ତୀ ପାତ୍ର କହିଛନ୍ତି, ଘରେ ସମସ୍ତେ ଶୋଇଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ସମସ୍ତେ ଉଠି ପଡ଼ିଥିଲେ। ସେତେବେଳେ ରାତି ପ୍ରାୟ ୧ଟା ୪୦ ହୋଇଥିଲା। ଆମେ ସମସ୍ତେ ଘରୁ ବାହାରି ଦେଖିଲୁ ଗେଟ୍ ପାଖ ଜାଗା ଧୂଆଁମୟ ହୋଇଯାଇଛି। ସିସିଟିଭିରେ ବି ଏହି ଦୃଶ୍ୟ କଏଦ ହୋଇଛି। କିନ୍ତୁ କିଏ ଫିଙ୍ଗିଛି ଆମେ ଜାଣିନୁ। ଆମର ବହୁତ ବିରୋଧୀ ଅଛନ୍ତି ବୋଲି ସେ କହିଛନ୍ତି।

Comments (0)
Add Comment